କନ୍ଧମାଳ ସନ୍ତାନ

Breaking News

ତୁମୁଡ଼ିବନ୍ ବ୍ଲକ କୁର୍ତ୍ତୁମଗଡ଼ର ପନ୍ଦର ମାଏଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ଗୁରୁତର

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତୁମଗଡ଼ ଗ୍ରାମ ପଞ୍ଚାୟତ ପନ୍ଦର ମାଏଲ ଠାରେ ଆଜି ସକାଳ ପାଖାପାଖି ୧୧ ଘଣ୍ଟିକା ସମୟରେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ, ଟ୍ରକ ଚାଳକ ଏବଂ ହେଲ୍ପର ଗୁରୁତର ଆହତ ହୋଇଛନ୍ତି I ଘଟଣା ଅନୁସାରେ ଆଜି ସକାଳେ ଓଡି-୧୨ସି-୬୭୧୦ ନମ୍ବର ଆମ୍ବୁଲାନ୍ସ ତୁମୁଡ଼ିବନ୍ଧ ଠାରୁ ବାଲିଗୁଡ଼ା ଅଭିମୁଖେ ଯାଉ ଥିବା ବେଳେ ଓଡି-୦୨ଏବି-୬୮୪୭ ନମ୍ବର ମାଲବୋଝଇ ଟ୍ରକ ଫୁଲବାଣୀରୁ ଭବାନୀପାଟଣା ଅଭିମୁଖେ ଯାଉ ଥିଲା I ଏହି ସମୟରେ ପନ୍ଦରମାଏଲ ଠାରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଏବଂ ଟ୍ରକ ମୁହାଁମୁହିଁ ହୋଇ ଥିଲେ I

ହେଲେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ଥିଲେ ଦୁଇ ଗାଡ଼ି ଚାଳକ ଏବଂ ଟ୍ରକର ହେଲ୍ପର I ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ତିନି ଆହତଙ୍କୁ ଉଦ୍ଧାର କରି କୋଟଗଡ଼ ବନବିଭାଗ ଗାଡ଼ି ଯୋଗେ ବାଲିଗୁଡ଼ା ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ଛନ୍ତି I ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ବେଳେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ି ଥିଲା I ଆହତ ଆମ୍ବୁଲାନ୍ସ ଚାଳକଙ୍କ ନାମ ଆସ୍ତିକ ପ୍ରଧାନ ବୋଲି ସୂଚନା ମିଳିଛି I ବର୍ତ୍ତମାନ ଆହତଙ୍କ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି I

Related news

Skip to toolbar