କନ୍ଧମାଳ ସନ୍ତାନ

Breaking News

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

କନ୍ଧମାଳ ସନ୍ତାନ(ବ୍ୟୁର):ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ଦିନ ଚାଷୀଙ୍କ ଖାତାରେ କାଳିଆ ଟଙ୍କା ଜମା କରିଛନ୍ତି ରାଜ୍ୟ ସରକାର I ୪୨ ଲକ୍ଷ ଚାଷୀଙ୍କ ଖାତାରେ ୯୧୦ କୋଟି ଟଙ୍କା ଜମା କରାଯାଇଛି I ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଜମା କରା ଯାଇଥିଲା I ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର କୋଟି ଟଙ୍କା ପଠାଯାଇଥିଲା I ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିଛନ୍ତି I ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି I କାଳିଆ ଟଙ୍କା ଚାଷୀଙ୍କ ଋଣଭାର ଲାଘବ କରିଛି I ରାଜ୍ୟରେ ଚାଷୀ ଭଲରେ ରହନ୍ତୁ ଏବଂ ସେମାନଙ୍କର ରୋଜଗାର ବଢୁ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି I

Related news

Skip to toolbar