କନ୍ଧମାଳ ସନ୍ତାନ

Breaking News

ସରକାରୀ ନିୟମକୁ ଫୁ, ଶ୍ରମିକ ବଦଳେ ମନରେଗା କାମ କରୁଛି ଜେସିବି….

କନ୍ଧମାଳ ସନ୍ତାନ(ବ୍ୟୁର): ସରକାରୀ ନୀୟମକୁ ଫୁ I ଯାହା କି କନ୍ଧମାଳ ଜିଲା ଅଧୀନସ୍ଥ ଟିକାବାଲି ବ୍ଲକରେ ସରକାରୀ ନିୟମକୁ ଖୋଲାଖୋଲି ଭାବରରେ ଉଲଂଘନ ହେଉ ଥିବା ଅଭିଯୋଗ ହୋଇଛି I ଟିକାବାଲି ଠାରେ ଜଳଛାୟା ପ୍ରକଳ୍ପ ଦ୍ବାରା ଚାଲିଥିବା ପୋଖରୀ ଖନନ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି I ଏହି ଏମଜିଏନଆରଜିଏସ କାମକୁ ଦିନମଜୁରିଆଙ୍କ ଦ୍ୱାରା କାମ କରାଯିବାର ସରକାରଙ୍କ ଗାଇଡଲାଇନ ଥିବାବେଳେ ବିଭାଗିୟ ଅଧିକାରୀମାନଙ୍କ ପ୍ରରଚନାରେ ଖୋଲେଆମ ଠିକାଦାରମାନେ ମନରେଗା ଶ୍ରମିକ ମାନଙ୍କ ବଦଳେ ଚଲେଇଛନ୍ତି ଜେସିବି ଦ୍ବାରା କାମ I ଯଦି ଗଣମାଧ୍ୟମ ପ୍ରତିନୀଧି ଏହାର ପ୍ରତିରୋଧ କରୁଛନ୍ତି ତେବେ ସେମାନଙ୍କୁ ଦୁରବ୍ୟବହାର କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଳଜ ଏବଂ ଜୀବନରେ ମାରିଦେବାକୁ ମଧ୍ୟ ମିଳୁଛି ଧମକ I

ପ୍ରକାଶ ଥାଉକି ଗତ ତା-୮\୦୫ରିଖ ଦିନ ଟିକାବାଲି ବ୍ଲକର ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ଦଶଘରିଆ ତଥା ଟିପାରିଗାଁ ମୌଜା ଠାରେ ଏକ ଜଳଛାୟା ପ୍ରକଳ୍ପ ଦ୍ଵାରା ଅନୁମୋଦିତ ପୋଖରୀ ଯାହା MGNREGA ଯୋଜନା ମାଧ୍ୟମରେ କରିବା ପାଇଁ ସରକାରୀ ନିର୍ଦ୍ଧେଶ ଥିଲା I ସେହି କାମକୁ ମନରେଗା ଶ୍ରମିକମାନଙ୍କ ଦ୍ୱାରା କରାଯିବା ବଦଳେ ଜେସିବି ଦ୍ବାରା କରା ଯାଉଥିଲା I ଗଣମାଧ୍ୟମ ପ୍ରତିନୀଧି ମାନେ ସୂଚନା ପାଇ ସେହିସ୍ଥାନରେ ପହଞ୍ଚି ଫୋଟ ଉତ୍ତଳନ କରିବା ସହ ଛତିଝାର ଗ୍ରାମର ଗାଁସାଥି ତଥା ଉକ୍ତ କାର୍ଯ୍ୟର ଠିକାଦାର ଚନ୍ଦନ ମଳିକଙ୍କୁ କାର୍ଯ୍ୟ ସମନ୍ଧେ ପଚରାଉଚରା କରୁ ଥିଲେ I ଏହି ସମୟରେ ଜେସିବି ମାଲିକ ସୁଜିତ କୁମାର ଦାଶ ଓରଫ ମିଟୁ ହଠାତ୍ ସେଠାରେ ପହଞ୍ଚି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନୀଧି ମାନଙ୍କୁ ଦୁରବ୍ୟବହାର କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରି ଥିଲେ I ଏହା ସହ ଧମକଚମକ ଦେଇ ଗଣମାଧ୍ୟମ କାର୍ଯ୍ୟରେ ବ୍ୟଘାତ ସୃଷ୍ଟି କରିଥିଲେ I ଏନେଇ ଗଣମାଧ୍ୟମ ପ୍ରତିନୀଧିମାନେ ସୁଜିତ ଓରଫ ମିଟୁଙ୍କ ନାମରେ ଥାନାଧୀକାରୀ ଟିକାବାଲିଙ୍କୁ ଅବଗତ କରାଯାଇଥିଲେ I ଥାନାଅଧିକାରୀ ସୁଜିତ(ମିଟୁ)ଙ୍କୁ ଡକାଇ ଏସଆଇ ଅନିଲ କୁମାର ଦେବତାଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନୀଧିମାନଙ୍କୁ କ୍ଷମା ମାଗିବା ସହ ପରବତ୍ତି ସମୟରେ ଏପରି ଭୂଲହେବ ନାହିଁ ବୋଲି ଏକ ଲିଖିତ ପ୍ରତିସୃତି ଦେଇଥିଲେ I ସୂଚନା ଥାଉକି ଟିକାବାଲି ବ୍ଲକ ଜଳଛାୟା ପ୍ରକଳ୍ପର ମୂଖ୍ୟ ବାସୁଦେବ କହଁରଙ୍କୁ ଏବିଷୟରେ ପଚରାଯିବାରୁ ସେ ଖାମଖିଆଲ ଭାବେ ଅସନ୍ତୁଷ୍ଟ ମୂଳକ ଉତ୍ତର ଦେଇଥିଲେ I ସେ କହିଥିଲେ ଯେ କାମ କରିବାକୁ ଶ୍ରମିକ ମିଳୁ ନ ଥିବାରୁ ଜେସିବି ଦ୍ବାରା କାର୍ଯ୍ୟ କରା ଯାଉଆଛି I ଏହା ଜିଲ୍ଲା ସାରା ଚାଲିଛି, ଆଉରି ମଧ୍ୟ ସେ କହିଥିଲେ କି ଆମକୁ ଉପରଆଡୁ ପ୍ରେସର ହେଉଛି ତେଣୁ ଆମେ ଶିଘ୍ର କାର୍ଯ୍ୟ ସରେଇବା ନିମନ୍ତେ ଏହି ନୀତି ଆପଣଉଛୁ I ତେଣୁ ଆମେ ଠିକାଦାର ମାଧ୍ୟମରେ କାମ କରିବାକୁ ବାଧ୍ୟ ହେଉଛୁ I ଏହି ବିଷୟରେ ଜିଲ୍ଲା ପ୍ରସାସନ ଦୃଷ୍ଟି ଦେବା ନିମନ୍ତେ ଜନସାଧାରଣରେ ଦାବୀ ହୋଇଛି I ଏହି ମହାମାରୀର ସମୟରେ ଲୋକଙ୍କୁ ରୋଜଗାର ମିଳୁନଥିବା ବେଳେ, ଅନ୍ୟପଟେ ମନରେଗା କାର୍ଯ୍ୟ ଠିକାଦାରଙ୍କୁ ଦେଇ ଜେସିବି ଦ୍ଵାରା କାମ କରଇବାର ବିଷୟ ଝୀଂଟିକା ମାରି ବଣି ପୋଷିବା ସହିତ ସମାନ ବୋଲି ସାଧାରଣରେ ମତପ୍ରକାଶ ପାଇଛି I ତେଣୁ ପ୍ରଶାସନ ଏହି ପରି ଘଟଣା ଉପରେ ଦୃଷ୍ଟି ଦେବା ସହ ସରକାର ନିୟମ ଉଲଂଘନ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି I

Related news

Skip to toolbar