କନ୍ଧମାଳ ସନ୍ତାନ

Breaking News

ଫାଇନ ଆଦାୟକୁ ନେଇ ଘୁ.ଉଦୟଗିରି ପରିବା ବଜାରରେ ଯୁବକ ଏବଂ ତହସିଲ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି….

  1. କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରର ଦୌନନ୍ଧିନ ପରିବା ବଜାରରେ ଫାଇନ କଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ବତିଙ୍ଗିଆ ଗ୍ରାମର ଅଜିତ ନାୟକ ଆଜି ସକାଳ ପାଖାପାଖି ୧୦ ଘଂଟିକା ସମୟରେ ନିଜ ସ୍ତ୍ରୀଙ୍କ ସହ ପରିବା ବଜାରକୁ ପରିବା କିଣିବାକୁ ଆସି ଥିଲେ I ଏହି ସମୟରେ କାର୍ଯ୍ୟରତ ଥିବା ରାଜସ୍ୱ କର୍ମଚାରୀ ଆଇନ ଉଲଂଘନ କରି ଯୁବକ ଜଣକ ମାସ୍କ ନ ପିନ୍ଧିବା ଏବଂ ବଜାର ଭିତରୁ ବାଇକ ନେବା ଦର୍ଶେଇ ଫାଇନ କାଟିବ ପାଇଁ କହିଥିଲେ I କିନ୍ତୁ ଯୁବକ ଜଣକ ଫାଇନ କାଟିବା ପାଇଁ ରାଜି ହୋଇନ ଥିଲେ I ଘଟଣା ସମ୍ପର୍କରେ ଯୁବକଙ୍କ ମତାମତ ଗ୍ରହଣ କରି ଥିଲେ ଆମ ପ୍ରତିନିଧି I ଯୁବକ ଜଣଜ କହି ଥିଲେ ଯେ ପ୍ରଶାସନ ପକ୍ଷରୁ ନ ପର୍କିଙ୍ଗ ଜୋନ ଫଳକ ଲାଗି ନାହିଁ ଏବଂ ହାଟ ପାଖରେ ପ୍ରଶାସନ ପକ୍ଷରୁ ପାର୍କିଂ ଜୋନ କରାଯାଇ ନାହିଁ I ପ୍ରଶାସନ ପକ୍ଷରୁ ଲକଡାଉନରେ ଅଳ୍ପ ସମୟ ପାଇଁ ବଜାର ଖୋଲା ରହିବାର ନିର୍ଦ୍ଧେଶ ରହିଛି I ସେଥି ପାଇଁ ମୁଁ ତରବରିଆ ଭାବରେ ହାଟ ଭିତରକୁ ବାଇକ ନେଇ ପ୍ରବେଶ କଲି I ଅନ୍ୟ ଏକ କାରଣ ହେଲା ମୁଁ ଏବଂ ମୋ ସ୍ତ୍ରୀ ଦୁହେଁ ସରକାରଙ୍କ ନିର୍ଦ୍ଧେଶ ମାନି ମାସ୍କ ପିନ୍ଧିଛୁ I ଆମେ ଜିନିଷ କିଣିବା ସମୟରେ ହଠାତ ରାଜସ୍ୱ କର୍ମଚାରୀ ଆସି ୨୦୦ ଟଙ୍କା ଫାଇନ କାଟିବା ପାଇଁ କହି ଥିଲେ ଏବଂ ସେଥିରେ ମୁଁ ରାଜି ନ ହେବାରୁ କଥା କଟାକଟି ହୋଇ ଥିଲା ବୋଲି ଯୁବକ ଜଣକ ପ୍ରତିକ୍ରିୟା ଦେଇଛନ୍ତି I ବର୍ତ୍ତମାନ କରନା ପାଇଁ ରୋଜଗାର ନାହିଁ I ମୁଁ କେଉଁଠାରୁ ଫାଇନ ଦେବୀ I ପ୍ରଥମେ ମୁଁ ଏବଂ ମୋ ପରିବାର ବଞ୍ଚିବୁ ନା ପ୍ରଥମେ ଫାଇନ ଦେବୀ ବୋଲି ବୋଲି ଅଜିତ ନାୟକ ଦୁଃଖର ସହ କହିଛନ୍ତି I ହାଟରେ ପ୍ରଶାସନ ପ୍ରଥମେ ପାର୍କିଂ ପାଇଁ ବ୍ୟବସ୍ଥା କରିବା ସହ ଫାଇନ ଆଦାୟ କରୁ ଥିବା କର୍ମଚାରୀ ଜନସାଧାରଣଙ୍କୁ କୋଭିଡ ଆଇନ ଉଲଘଂନ ନାମରେ ଏହି ମହାମାରୀ ସମୟରେ ହଇରାଣ ନ କରନ୍ତୁ ବୋଲି ନିବେଦନ କରିଛନ୍ତି ବତିଙ୍ଗିଆ ଗ୍ରାମର ଯୁବକ ଅଜିତ ନାୟକ I ଉତ୍ତେଜନାର ଖବର ପାଇ ସ୍ଥାନୀୟ ପୁଲିସ ଏବଂ ତହସିଲଦାର ଜନ୍ମେଜୟ ସାହୁ ଘଟଣା ସ୍ଥଳେରେ ପହଁଚି ଥିଲେ I ସ୍ଥାନୀୟ ତହସିଲଦାର ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମି ଥିଲା I ଘୁ.ଉଦୟଗିରି ସହରକୁ ରାଇକିଆ, ଟିକାବାଲି, ପାବୁରିଆ, ଗୁଟିଙ୍ଗିଆ, ସାରଙ୍ଗଗଡ଼ ସହ ସୀମାନ୍ତ ଜିଲ୍ଲାରୁ ବ୍ୟବସାୟ କରିବାକୁ ଆସି ଥାନ୍ତି ବ୍ୟବସାୟୀ ଏବଂ ଏହି ଅଞ୍ଚଳର ଜନସାଧରଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଘୁ.ଉଦୟଗିରି ସହର ଉପରେ ନିର୍ଭର କରିଥାନ୍ତି I

Related news

Skip to toolbar