କନ୍ଧମାଳ ସନ୍ତାନ

Breaking News

ଆର ପାରିରେ ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର…

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଛି I କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ବର ଏମ୍ସରେ  ଚିକିତ୍ସିତ ହେଉଥିଲେ I ରବିବାର ଅପରାହ୍ନରେ ୭୮ ବୟସରେ ତାଙ୍କର ଦେହାନ୍ତ ହୋଇ ଥିବା ଭୁବନେଶ୍ବର ଏମ୍ସ ନିର୍ଦେଶିକା ବି.ଗିତାଞ୍ଜଳୀ ସୂଚନା ଦେଇଛନ୍ତି I କରୋନାରେ ଆକ୍ରାନ୍ତ ହୋଇ ଗତ ୨୨ ତାରିଖରେ ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉ ଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ସେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ରଘୁନାଥ ମହାପାତ୍ର ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥଲେ I ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରଭାଷ ଜରିଆରେ ଶ୍ରୀ ମହାପାତ୍ରଙ୍କ ପୁଅଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦେଶକ ଡା.ରଣଦୀପ ଗୁଲେରିଆ ତାଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞ ଦଳ ଏବଂ ଏମ୍ସ ନିର୍ଦେଶିକା ଡା.ବି ଗୀତାଞ୍ଜଳୀ ସହ ଆଭାସୀ ସମ୍ମିଳନୀ ଜରିଆରେ କଥା ହୋଇଥିଲେ I ରଘୁନାଥ ମହାପାତ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି I

Related news

Skip to toolbar