କନ୍ଧମାଳ ସନ୍ତାନ

Breaking News

ମାନବିକତା ଦେଖେଇଲେ ଆରକ୍ଷୀ ଅଧିକ୍ଷକ ବାଲିଗୁଡ଼ା…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ବାସୀନ୍ଧା ତିଳୋତ୍ତମା ମିଶ୍ର I ଏହି ମହିଳାଙ୍କ ଦୁଇଟି ପୁଅ ଅଛନ୍ତି I ଗୋଟଏ ପୁଅର ବୟସ ୫ ବର୍ଷ ହୋଇ ଥିବା ବେଳେ ଆଉ ଗୋଟିଏ ପୁଅର ବୟସ ମାତ୍ର ୮ମାସ I ପରିବାର ପ୍ରତିପୋଷଣ ପାଇଁ ସ୍ଵାମୀ ଓଡିଶା ବାହାରେ ରହି କାମ କରନ୍ତି I ୮ମାସ ଛୁଆକୁ ଜ୍ଵର ହେବାରୁ ମହିଳା ଜଣକ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତୁମୁଡିବନ୍ଧକୁ ଚିକିତ୍ସା ନିମନ୍ତେ ନେଇଥିଲେ I ସେଠାର ଡାକ୍ତର ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ I ବାଲିଗୁଡ଼ାରେ ଡାକ୍ତରଙ୍କୁ ଦେଖା କରିବା ପରେ ମହିଳାଙ୍କ ପାଖରେ ଟଙ୍କାର ଅଭାବ ହେତୁ ଔଷଧ କିଣି ନ ପାରି ଆହାର କେନ୍ଦ୍ର ସମ୍ମୁଖରେ ଦୁଃଖରେ ବସି ରହିଥିଲେ I ଏହି ସମୟରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ୍ କୁମାର ପୁଜାହାରି ସଟ୍ ଡାଉନ୍ ପାଇଁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମହିଳାଙ୍କୁ ପଚାରି ବୁଝି ଥିଲେ I ମହିଳା ଜଣକ ସମସ୍ତ ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ କହି ଥିଲେ I ମହିଳାଙ୍କ ଠାରୁ ସମସ୍ତ ବିଷୟ ଶୁଣିବା ପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ୍ କୁମାର ପୂଜାହାରି ସଙ୍ଗେ ସଙ୍ଗେ ୮ମାସର ପୁଅ ପାଇଁ ଔଷଧ, ଖାଇବା ସାମଗ୍ରୀ ଓ କିଛି ଆର୍ଥିକ ସାହାଯ୍ୟ ଦେବା ସହ ମହିଳାଙ୍କ ଘରକୁ ଯିବା ପାଇଁ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ I ଉପଖଣ୍ଡ ଅଧିକାରୀଙ୍କ ମହାନତାକୁ ନେଇ ଅଞ୍ଚଳ ବେଶ ଚର୍ଚ୍ଚା ହୋଇଛି I

Related news

Skip to toolbar