କନ୍ଧମାଳ ସନ୍ତାନ

Breaking News

ବନ୍ଧରେ ଗାଧୋଇବା ବେଳେ ୩ ବର୍ଷ ଶିଶୁର ମୃତ୍ୟୁ, ଆନୁସଙ୍ଗିକ ସୁବିଧା ନ ମିଳିବାରୁ ବାଇକରେ ବୋହିନେଲେ ଶବ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ମାଦାଗୁଡା ଗ୍ରାମ ପଞ୍ଚାୟତର ଦୁରିଙ୍ଗ ପଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମର ବନ୍ଧରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଘଟଣା ପଦାକୁ ଆସିଛି I ହେଲେ ସବୁଠୁ ପରିତାପର ବିଷୟ ମୃତ ଦେହକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିଲା ନାହିଁ I ଶେଷରେ ପରିବାର ଲୋକ ମୃତ ଦେହକୁ ବାଇକରେ ବୋହି ନେଇ ଥିବା ଦେଖା ଦେଇଛି I ପରିବାର ଲୋକଙ୍କ କହିବାନୁଯାଇ ମାଦାଗୁଡାର ଦୁରିଙ୍ଗିପଡି ସାହି ତିନି ଜଣ ଶିଶୁ ଅପରାହ୍ନରେ ପଂଚାୟତ ନିକଟ ବନ୍ଧରେ ଗାଧୋଇବା ପାଇଁ ଯାଇ ଥିଲେ I ଏତିକି ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ବର୍ଷର ଶିଶୁଟି ବୁଡ଼ିଯାଇଥିଲା I ପରିବାର ଲୋକ ଖୋଜା ଖୋଜି କରିବା ପରେ ବନ୍ଧରୁ ଭାସମାନ ଅବସ୍ଥାରେ ଶିଶୁର ମୃତ ଶରୀର ଦେଖିବାକୁ ପାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଗ୍ରାମବାସୀ ସାହାଯ୍ୟରେ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ I ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ I ରାତି ହୋଇ ଥିବାରୁ ଶବ ବ୍ୟବଛେଦ ହୋଇପାରି ନ ଥିଲା I ସ୍ଥାନୀୟ କିଛି ଯୁବକ ସହ ପରିବାର ଲୋକ ରାତି ତମାମ ଡାକ୍ତରଖାନା ପରିସରରେ ଅପେକ୍ଷା କରି ଥିଲେ I ଆଜି ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ କର୍ମଚାରୀଙ୍କୁ ମଦଗୁଡ଼ାର ଯୁବକ ନିଜ ବାଇକ ଯୋଗେ ବାଲିଗୁଡ଼ାରୁ ଆଣିବା ପରେ ଶବ ବ୍ୟବଚ୍ଛେଦ ହୋଇ ଥିଲା I ଏହା ପରେ ବ୍ୟବଚ୍ଛେଦ ଶବକୁ ନେବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସାତ କିଲୋମିଟର ବାଇକରେ ଶବକୁ ନେଇ ଗ୍ରାମକୁ ଫେରିଲେ ସ୍ଥାନୀୟ ଯୁବକ I

Related news

Skip to toolbar