କନ୍ଧମାଳ ସନ୍ତାନ

Breaking News

ଓଏଏସ ଜନ୍ମେଜୟ ସାହୁଙ୍କ ଘୁ.ଉଦୟଗିରି ତହସିଲଦାର ଭାବରେ ଦାୟୀତ୍ୱ ଗ୍ରହଣ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରିରେ ନୂତନ ତହସିଲଦାର ଭାବରେ ଓଏଏସ ଜନ୍ମେଜୟ ସାହୁ ଦାୟୀତ୍ୱ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମ ପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ I ସରକାର ମୋତେ ଜନାସାଧରଣଙ୍କ ସେବା କରିବା ପାଇଁ ଦାୟୀତ୍ୱ ଦେଇ ଛନ୍ତି I ତେଣୁ ଯେତିକି ମୋ ଦ୍ୱାରା ସମ୍ଭବ ମୁଁ ଘୁ. ଉଦୟଗିରି ବାସୀଙ୍କ ସେବା କରିବି ବୋଲି ନୂତନ ତହସିଲଦାର ମତବ୍ୟକ୍ତ କରିଛନ୍ତି I ଏହା ସହ ଅଞ୍ଚଳର ବିକାଶ ନିମନ୍ତେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ I ଦେଶର ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଣମାଧ୍ୟମ ପ୍ରତିନିଧି ଆଗ ଧାଡ଼ିର ରହି କାମ କରିଥାନ୍ତି I ଗଣମାଧ୍ୟମ ପ୍ରତିନିଧିଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଜନସାଧରଣ ଘରେ ବସି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ବିଦେଶର ଖବର ପାଇ ଥାନ୍ତି I ଯାହାକି ପ୍ରସଂଶନିୟ I ତେଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘୁ.ଉଦୟଗିରି ଅଞ୍ଚଳ ର ବିକାଶ ଏବଂ ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ତହସିଲରଦାର ଓଏଏସ ଜନ୍ମେଜୟ ସାହୁ ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଗଗନ କୁମାର ପ୍ରଧାନ, ପ୍ରସନ୍ନ କୁମାର ମିଶ୍ର, ଅନୀଲ ଦଳବେହେର, ଚନ୍ଦ୍ରଶେଖର ସାହୁ ଏବଂ ସାମନ୍ତ ଶେଖର ନାୟକଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କାରରେ ମତବ୍ୟକ୍ତ କରିଛନ୍ତି I

Related news

Skip to toolbar