କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ଠାରେ ସ୍କୁଟି ଦୁର୍ଘଟଣା, ଚାଳକ ଗୁରୁତର

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ପେଟ୍ରୋଲ ଟାଙ୍କି ଠାରେ ଭାରସାମ୍ୟ ହରାଇ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି I ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି I

ସୂଚନା ମୁତାବକ ଦଣ୍ଡପଦର ବ୍ରିଜ ନିକଟରେ ଜଣେ ଅଜଣା ବ୍ୟକ୍ତି ଜଣ ସ୍କୁଟିରେ ଯାଉ ଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମୁଖୀନ ହୋଇ ଥିଲେ । ଅନେକ ସମୟଧରି ବ୍ୟକ୍ତି ଜଣକ ସେଠାରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହୋଇଥିଲା I ଏହି ସମୟରେ ବାଳିଗୁଡା ଉପ-ଜିଲ୍ଲାପାଳଙ୍କ ଗାଡ଼ି ସେହି ରାସ୍ତା ଦେଇ ଯାଉଥିଲା I ଆହତ ବ୍ୟକ୍ତିଙ୍କୁ ଦେଖି ଉପଜିଲ୍ଲାପାଳ ସେଠାରେ ଅଟକି ଥିଲେ ଏବଂ ଆହତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ I ତାର କିଛି ସମୟ ପରେ ବାଲି ଗୁଡ଼ା ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍କୁଟିକୁ ଜବତ କରିଥିଲା I

Related news

Skip to toolbar