କନ୍ଧମାଳ ସନ୍ତାନ

Breaking News

ଅବ୍ୟବସ୍ଥା ମଧ୍ୟରେ ଟିକାବାଲି ମାଁ ଗୃହ…..

କନ୍ଧମାଳ ସନ୍ତାନ(ବ୍ୟୁର): ଅବ୍ୟବସ୍ଥା ଘେରରେ କନ୍ଧମାଳ ଜିଲ୍ଲାର ଟିକାବାଲି ଠାରେ ମାଁ ଗୃହ I ବହୁତ ଦିନ ହେବ ଗର୍ଭବତି ମହିଳା ମାନଙ୍କ ନିମନ୍ତେ ଖୋଲା ଯାଇଥିବା ମାଁ ଗୃହ ଅବ୍ୟବସ୍ଥା ମଧ୍ୟରେ ଥିବା ଦେଖିବାକୁ ମିଳୁିଛି I ଏହି ମାଁ ଗୃହରେ ଟିକାବାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଗର୍ଭବତି ମହିଳାମାନେ ଆସି ଏଠାରେ ରୁହନ୍ତି I ବର୍ତ୍ତମାନ ଏଠାରେ ପ୍ରାୟ ଦଶରୁ ବାର ଜଣ ଗର୍ଭବତି ମହିଳାମାନେ ରହିଥିବା ଜଣାପଡିଛି I ଏହା ସ୍ବାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ କୁହାଯାଉଥିବା ସ୍ବାଛ୍ଛାସେବୀ ଅନୁଷ୍ଠାନ ସ୍ବାତୀ ଦ୍ବାରା ପରିଚାଳିତ I ତଦାରଖ କରୁ ଥିବା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗୃହ ଭିତରେ ଜଳ ଯୋଗାଣର କୌଣସି ବ୍ୟବସ୍ଥା କରା ଯାଇନଥିବା ଅନ୍ତେବାସୀ ଅଭିଯୋଗ କରନ୍ତି I ଅନ୍ତେବାସୀ ତଥା ଗର୍ଭବତି ମହିଳାମାନେ ପାଣିର ଅସୁବିଧା ହେତୁ ଦିର୍ଘ ଏକ କିଲୋ ମିଟର ବିପଦ ସଙ୍ଖୁଳ ବାଟ କୁଟିଡୁଡା ଦେଇ ଏକ ପରିତ୍ୟକ୍ତା ଅବସ୍ଥାରେ ଥିବା ପୋଖରୀରେ ଗାଧେଇବା ନିମନ୍ତେ ଯାଉଥିବାର ଦେଖିବାକୁ ମିଳୁଛି I ଯାହାକି ଗର୍ଭବତୀ ମହିଳା ଏବଂ ଗର୍ଭରେ ଥିବା ଶିଶୁଙ୍କ ପ୍ରତି ବିପଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଏଥି ସହିତ ସେହି ଅଞ୍ଚଳରେ ଥିବା ଏକ ମାତ୍ର ଭରସା ନଳକୂପ I ଏହି ଜଳ କଷ୍ଟକୁ ଦୁର କରିବା ପାଇଁ ଏକ ନଳକୂପ ଖନନ ନିମନ୍ତେ ସ୍ଥାନୀୟ ବାସୀନ୍ଧାଙ୍କ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଟିକାବାଲିଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରା ଯାଇଥିବା ସ୍ଥାନୀୟ ବାସୀନ୍ଧା ସୁଦାମ ରଥ ପ୍ରକାଶ କରନ୍ତି I ଏହି ଅବ୍ୟବସ୍ଥାକୁ ନେଇ ଗୁଟିଙ୍ଗିଆ ଗ୍ରାପର ଆଲୋଚନା ପ୍ରଧାନ, କଟିମାହା ଗ୍ରାପର ସୁନିତା କହଁର, ପାବୁରିଆ ଗ୍ରାପର ରୁହେଣୀ ମରଲି ପ୍ରମୁଖ ଅନ୍ତେବାସୀ ଏବଂ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତିI ଏହି ମାଁ ଗୃହରେ ଜଳ ସଙ୍କଟ ଥିବା କାର୍ଯ୍ୟରତ କର୍ମଚାରୀ ମଧ୍ୟ ସ୍ପିକାର କରିଛନ୍ତି I

Related news

Skip to toolbar