କନ୍ଧମାଳ ସନ୍ତାନ

Breaking News

ପରଲୋକରେ ପୂର୍ବତନ କନ୍ଧମାଳ ସାଂସଦ ଏବଂ ଲୋକଙ୍କ ପ୍ରିୟନେତା ସୁଗ୍ରୀବ ସିଂ….

କନ୍ଧମାଳ ସନ୍ତାନ(ବ୍ୟୁର): ପରଲୋକରେ କନ୍ଧମାଳ ପୂର୍ବତନ ସାଂସଦ ଏବଂ ଲୋକ ପ୍ରିୟନେତା ସୁଗ୍ରୀବ ସିଂ I ପୂର୍ବତ୍ତନ କନ୍ଧମାଳ ସାଂସଦ ସୁଗ୍ରୀବ ସିଂଙ୍କ ଗତ କାଲି ରାତ୍ରିରେ ଦେହାନ୍ତ ହୋଇଛି I ମୃତ୍ୟୁ ବେଳକୁ ସାଂସଦଙ୍କ ବୟସ ୫୬ ବର୍ଷ ହେଉ ଥିଲା I ସାଂସଦ କିଛି ଦିନ ପୂର୍ବେ କରନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିଲେ I ସେ ଜଣେ ଏକା ଧାରରେ ସାମ୍ବାଦିକି, ରାଜନୀତିଜ୍ଞ, ଲୋକ ପ୍ରିୟନେତା ଏବଂ ସଂଗଠକ ଥିଲେ I ସାଂସଦଙ୍କ ଦେହାନ୍ତ କଥା ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ସୂଚନା ଅନୁଯାୟୀ, ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥି ସହିତ ସେ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ଓ ୨୦୦୪-୨୦୦୯ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ I ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡିର ଠାରେ ଜନ୍ମ ଗ୍ରହଣ କରିଥିଲା I ପରବର୍ତ୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେବ ନିଜ ପରିବାର ସହ ଭୁବେନେଶ୍ୱରରେ ରହୁ ଥିଲେ I

Related news

Skip to toolbar