କନ୍ଧମାଳ ସନ୍ତାନ

Breaking News

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଚିକିତ୍ସାରେ ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କଲେ ପରିବାର…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ନୂଆସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ନୂଆସାହି ଗ୍ରାମର ସାମନ୍ତ ରାମ ପାତ୍ର ନାମକ ୨୯ ବର୍ଷୀୟ ଜଣେ ଯୁବକ ହଠାତ ସକାଳ ସମୟରେ ନିମ୍ବ ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ I ଯାହାକି କଦଳୀ ବଗିଚାରେ ପୋକ ନ ଲାଗିବା ପାଇଁ ବ୍ୟାବହର କରା ଯାଇଥାଏ I ବିଷ ପିଇ ଯୁବକ ଜଣକ ଗୁରୁତର ହୋଇ ଥିଲେ I ପରିବାର ଲୋକ ଯୁବକଙ୍କୁ ତୁମୁଡିବନ୍ଧ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ I ତୁମୁଡିବନ୍ଧ ଡାକ୍ତର ତାହା ବାନ୍ତି କରେଇବା ପାଇଁ ଇଂଜକ୍ସନ ଓ ସାଲେନ ଦେଇ ଚାଲି ଯାଇ ଥିଲେ I ମୃତ ଯୁବକଙ୍କ ଭାଇ ସନ୍ତୋଷ ରାମ ପାତ୍ର ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟରେ ଥିବା ନର୍ସ ବିଷକୁ ନଷ୍ଟ କରିବା ପାଇଁ ଇଂଜକ୍ସନ ଦେଲା ପରେ ମୃତ ଯୁବକ ସାମନ୍ତ ରାମ ପାତ୍ର କଥା କହୁ କହୁ ଗୁରୁତର ହୋଇ ଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବରୁ ଭାଇ ଡାକ୍ତରଙ୍କୁ ଡାକି ଥିଲେ I ବହୁ ଅନୁରୋଧ ପରେ ଡାକ୍ତର ଆସିବାରେ ବିଳମ୍ବ ହେବାରୁ ମୋ ଭାଇର ଜୀବନ ଚାଲିଗଲା ବୋଲି ମୃତ ଯୁବକଙ୍କ ଭାଇ ମତ ପ୍ରକାଶ କରିଛନ୍ତି I ଶେଷରେ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଚିକିସ୍ୟାଳୟକୁ ସ୍ଥାନାନ୍ତରିତ କରି ଥିଲେ I ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ଅଧା ରାସ୍ତାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା I ପୁଲିସ ମୃତ ଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା I

Related news

Skip to toolbar