କନ୍ଧମାଳ ସନ୍ତାନ

Breaking News

ଜନଶୂନ୍ୟ ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ…..

କନ୍ଧମାଳ ସନ୍ତାନ(ବ୍ୟୁର): ଜନଶୂନ୍ୟ ହୋଇ ପଡିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ I ସରକାରଙ୍କ ନିର୍ଦ୍ଧେଶ ମୁତାବକ ଦୁଇଟି ସହରରେ ବନ୍ଦ ରହିଛି ଦୋକାନ ବଜାର ଏବଂ ଯାତାୟାତ ସେବା I ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ପଇଁନ୍ତରା ମାରୁଚି ପିସିଆର ବ୍ୟାନ I କେବଳ ଜରୁରୀ କାଳୀନ ସେବା ଚାଲୁ ରହି ଥିବା ଦେଖା ଦେଇଛି I ଏହି ଦୁଇଟି ସହରର ଗଳିକନ୍ଦି ଏବଂ ମୁଖ୍ୟ ଛକ ଜନଶୂନ୍ୟ ହୋଇ ଥିବାର ଦେଖା ଦେଇଛି I

ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦରେ ସ୍ଥାନୀୟ ତହସିଲଦାର, ଗୋଷ୍ଠିଉନ୍ନୟନ ଅଧିକାରୀ ଏବଂ ଥାନାଧିକାରୀ ଆଇନ ଶୃଙ୍ଖଳା ତଦାରଖ କରୁଛନ୍ତି I ସେହିପରି ଭାବରର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ରାତ୍ରି କାଳିନ କର୍ଫ୍ୟୁ ବଳବତ୍ତର ରହିବା ସହ ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି I ୨୩ ତାରିଖ ରାତ୍ର ୯ ଘଣ୍ଟା ଠାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ସଟଡାଉନ ଜାରି କରାଯାଇଛି I ଏହାଦ୍ୱାରା ସରକାରୀ ଓ ବେସରକାରୀ ବସ ଚଳାଚଳ କୁ ନିଷିଦ୍ଧ କରାଯାଇଛି I କେବଳ ସ୍ୱାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଅନ୍ୟସବୁ ଉପରେ କଟକଣା ଜାରି କରାଯାଇଛି I ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣ ଙ୍କୁ ନିବେଦନ କରାଯାଇଛି I ସହରରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କରୋନା ସଂକ୍ରମଣ ରୋକିବାକୁ ଦୁଇ ଦିନିଆଁ ସଟଡାଉନ ବଳବତ୍ତର ରହିଛି I ଏହି ସମୟରେ ଘରୁ ପଦାକୁ ନ ବାହାରିବାକୁ ଜନ ସାଧାରଣଙ୍କୁ ନିର୍ଦେଶ ଜାରି କରାଯାଇଛି I କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ କଟକଣା କରାଯାଇଛି I ପୁଲିସ ପ୍ରଶାସନ ଓ ତହସିଲଦାର ଶଶାଙ୍କ ଶେଖର ପାତ୍ର ସହର ବୁଲି ଆଇନ ଶୃଙ୍ଖଳା ତଦାରଖ କରୁଛନ୍ତି I

Related news

Skip to toolbar