କନ୍ଧମାଳ ସନ୍ତାନ

Breaking News

ଟ୍ରାକ୍ଟର ଏବଂ ବାଇକ ମୁହାଁମୁହିଁ : ୨ ମୃତ , ଜଣେ ଗୁରୁତର

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କଟପଡି ଗ୍ରାମଠାରେ ଟ୍ରାକ୍ଟର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣ ମୃତ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି I ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ସେଠାରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି I ଗ୍ରାମବାସୀ ବାଲିଗୁଡ଼ା ଥାନା ରେ ଜଣାଇବା ପରେ ଘଟଣା ସ୍ଥଳରେ ଏସ.ଆଇ ରବିନ୍ଦ୍ର ମୁଣ୍ଡାରୀ ଓ କୈଳାସ ନାଥ ରାଉତ, ଅଗ୍ନିଶମ ବାହିନୀ, ୧୦୮ଆମ୍ବୁଲାନ୍ସ ପହଞ୍ଚି ଶବ ଉଦ୍ଧାର କରିବାସହ ଗୁରୁତର ଆହାତ ବ୍ୟକ୍ତିଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ବାଲିଗୁଡ଼ା ଆଣିଥିଲା I ଏହି ତିନି ବ୍ୟକ୍ତିଙ୍କ ଘର ବାଲିଗୁଡ଼ା ଥାନା ଗେବାପଦର୍ ଗ୍ରାମର ହୋଇ ଥିବା ପୁଲିସ ସୂଚନା ଦେଇଛି I ସେମାନେ ବାଲିଗୁଡ଼ା ଆସିଥିଲେ ନିଜ ଗ୍ରାମକୁ ଫେରିବା ବେଳେ ଏହି ଭଳି ଦୁର୍ଘଟଣା ହୋଇଥିବା କହିଛନ୍ତି ଗ୍ରାମବାସୀ

Related news

Skip to toolbar