କନ୍ଧମାଳ ସନ୍ତାନ

Breaking News

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଟ୍ରେ ବଣ୍ଟନ…

କନ୍ଧମାଳ ସନ୍ତାନ(ବ୍ୟୁର): ତୁମୁଡ଼ିବନ୍ଦ ବ୍ଲକ ଉଦ୍ୟାନ ବିଭାଗ ତରଫରୁ ମହିଳା ସ୍ୱୟଂ ସାହାୟିକା ଗ୍ରୁପକୁ ପ୍ଲାଷ୍ଟିକ ପରିବା ଟ୍ରେ ବଣ୍ଟନ କରାଯାଇଛି I ବିଭାଗୀୟ ଅଧିକାରୀଙ୍କ କହିବାନୁଯାଇ ତୁମୁଡ଼ିବନ୍ଦ ବ୍ଲକରେ କାର୍ଯ୍ୟରତ ମହିଳା ସ୍ୱୟଂ ସାହାୟିକା ଗ୍ରୁପକୁ ଚାରୋଟି ଲେଖାଏଁ ପ୍ଲାଷ୍ଟିକ ପରିବା ଟ୍ରେ ମୋଟ ୧୪୦ଟଙ୍କା ବିନିମୟରେ ବଣ୍ଟନ କରାଯାଇଛି I ମୋଟ ତୁମୁଡ଼ିବନ୍ଦ ବ୍ଲକ ପାଇଁ ୧୦୪୦ଟି ଟ୍ରେ ଆସିଥିବା ଜଣାଇଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ଦେବାଶିଷ ମଲିକ I ଏହା ଦ୍ୱାରା ଅଞ୍ଚଳର ସ୍ୱୟଂ ସାହାୟିକାମାନେ କୃଷିଜାତ ସାମଗ୍ରୀ ରଖିବା ଓ ବଜାର କୁ ନେଇ ବିକ୍ରୟ କରିବାରେ ମହିଳାଙ୍କୁ ସହାୟକ ହେବ ବୋଲି ଉଦ୍ୟାନ ଅଧିକାରୀ ଦେବାଶିଷ ମଲିକ ମତ ପ୍ରକାଶ କରିଛନ୍ତି I ଏହି ଟ୍ରେ ବଣ୍ଟନ କାର୍ଯ୍ୟକ୍ରମ ରେ ତୁମୁଡ଼ିବନ୍ଦ ବ୍ଲକର ଅଧକ୍ଷ ପ୍ରକାଶ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରୁପ ମହିଳା ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ

Related news

Skip to toolbar