କନ୍ଧମାଳ ସନ୍ତାନ

Breaking News

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ଗଳା କାଟି ହତ୍ୟା….

କନ୍ଧମାଳ ସନ୍ତାନ(ବ୍ୟୁର): ତୁମୁଡିବନ୍ଧ ବ୍ଲକ ଅଧୀନସ୍ଥ ସିର୍ଲା ପଞ୍ଚାୟତରେ ଟୀଙ୍ଗାଡ଼ି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଥିବାର ଦେଖିବାକୁ ମିଳିଛି l ମଙ୍ଗଳବାର ରାତ୍ର ୮ ଘଣ୍ଟିକା ସମୟରେ ନିଜ ଗୃହ ବାରଣ୍ଡାରେ ଭକ୍ତ ପାଟମାଝୀ ନାମକ ବ୍ୟକ୍ତି ଶୋଇଥିଲେ I ଏହି ସମୟରେ ଘରେ ପଶି ଟିଙ୍ଗାଡ଼ି ଗ୍ରାମର ବାମ୍ବୁରା ମାଝୀ ନାମକ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଭକ୍ତ ପାଟମାଝିଙ୍କ ଗଳା କାଟି ଦେଇ ଥିଲା I ଗଳାକଟି ଯିବାରୁ ଭକ୍ତ ପାଟମାଝୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା I ହତ୍ୟା କାଣ୍ଡ ଘଟାଇ ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ହୋଇ ଥିଲା I ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ l ସୂଚନା ପାଇବା ପରେ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇ ଥିବାର ଜଣା ପଡିଛ I ହତ୍ୟାକାରୀକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଚଢ଼ାଉ ଜାରି ରହି ଥିବା ସୂଚନା ମିଳିଛି I

Related news

Skip to toolbar