କନ୍ଧମାଳ ସନ୍ତାନ

Breaking News

୨୭୨ କେଜି ଗଂଜେଇ ସହ ୨ ଗିରଫ : ଇନୋଭା ଏବଂ ବୋଲେରୋ ଜବତ

କନ୍ଧମାଳ ସନ୍ତାନ (ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ମାଦିନାଟ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ୨୭୨କେଜି ଗଞ୍ଜେଇ ସହ ଇନୋଭା ଏବଂ ବୋଲେର ଦୁଇଟି ଗାଡ଼ି ଜବତ କରିଛି I ଗିରଫ ଦୁଇ ଗଞ୍ଜେଇ ମାଫିଆ ହେଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ମନୋରଞ୍ଜନ ରାଉତ ଏବଂ କାମପୋଡ଼ା ଗ୍ରାମର ସମୀର ଦିଗାଳ I ବାଲିଗୁଡ଼ା ପୁଲିସ ଏହି ଗଞ୍ଜେଇ ଚୋରା ଚାଲାଣକୁ ନେଇ ୭୨/୨୧ରେ ଏକ ମାମଲା ରୁଜୁ କରି ଦୁଇ ଗଂଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରିଛି I ବାଲିଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡା ପୁଲିସକୁ କଡ଼ାକଡ଼ି ଭାବେ ଯାଞ୍ଚ ପେଟ୍ରୋଲିଂ ପାଇଁ ନିର୍ଦ୍ଧେଶ ଦେଇଥିଲେ I ନିର୍ଦ୍ଧେଶ ପାଇବା ସଂଗେ ସଂଗେ ଏସଆଇ ଆର ମୁଣ୍ଡାରୀ ଏକ ପୁଲିସ ଟିମ ସହ ପେଟ୍ରୋଲିଂ ଏବଂ ଯାନବାହନ ଯାଞ୍ଚ କଡ଼ାକଡ଼ି କରିଥିଲେ I ଏହି ସମୟରେ ବାଲିଗୁଡ଼ା ପୁଲିସ ଦୁଇ ଗିରଫ ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ବାଳିଗୁଡ଼ା ପୁଲିସ ସୂଚନା ଦେଇଛି I

Related news

Skip to toolbar