କନ୍ଧମାଳ ସନ୍ତାନ

Breaking News

ଆରପାରିରେ ସୁଖଦୁଃଖର ସାଥି ସମାଜସେବୀ ଏବଂ ଲୋକ ପ୍ରତିନୀଧି ଜାକବ ସେନ ଦିଗାଳ…

କନ୍ଧମାଳ ସନ୍ତାନ(ବ୍ୟୁର): ଆର ପାରିରେ କଳିଙ୍ଗିଆ ଗ୍ରାମ ପାଞ୍ଚୟତ ଜନସାଧରଣ ସୁଖଦୁଃଖର ସାଥି ସମାଜସେବୀ ଏବଂ ଲୋକ ପ୍ରତିନିଧି ଜାକବ ସେନ ଦିଗାଳ I ସମାଜ ସେବା ଏବଂ ଜଣେ ନିଷ୍ଠାପର ଜନପ୍ରତିନିଧି ହିସାବରେ ବେଶ ଲୋକଙ୍କ ନିକଟତର ହୋଇ ପାରି ଥିଲେ I ତାଙ୍କ ଦେହନ୍ତରେ ମର୍ମାହତ ହୋଇ ପଡିଛନ୍ତି କଳିଙ୍ଗିଆ ଅଞ୍ଚଳ ବାସୀ I ପ୍ରାପ୍ତ ସୂଚନା ଅନୁସାରେ ଜି.ଉଦୟଗିରି ବ୍ଲକର କଳିଙ୍ଗା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଜାକୋବ ସେନ ଦିଗାଲଙ୍କ ନିଜ ବାସଗୃହ କଳିଙ୍ଗାର ଡିଏଭି ଠାରେ ରହୁ ଥିଲେ I ଆଜି ୮୩ବର୍ଷ ବୟସରେ ଜାକବ ସେନ ଦିଗାଳଙ୍କ ଦେହାନ୍ତ ହୋଇଛି I ସେ ଲିଭର କ୍ୟନସରରେ ପିଡିତ ଥିଲେ I ଜାକବ ସେନ ଦିଗାଳ କଳିଙ୍ଗା ଗ୍ରାମପଞ୍ଚାୟତରେ ୪ଟି ଯୋଜନାରେ ତଥା ୨୦ବର୍ଷ କାଳ ସରପଞ୍ଚ ରହି ଅଞ୍ଚଳ ବାସିଙ୍କ ସେବା କରିଥିଲେ I ସେ ଜଣେ ନମ୍ର ସ୍ବାଭାବର, ପରଉପକାରି, ଦୟାଳୁ, ଦିର୍ଘ ସହିଷ୍ମୁ ଲୋକ ଥିଲେ I ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଷୋକର ଛାୟା ଖେଳିଯାଇଛି I ତାଙ୍କର ମୃତ୍ୟୁ ବେଳକୁ ପୁତ୍ର ଜିତେନ୍ଦ୍ର ଦିଗାଳ, ଜୋତିଷ ଦିଗାଳ କନ୍ୟା ଜସ୍ମିନି ଦିଗାଳ, ଝରଣୀ ଦିଗାଳ, ଜର୍ଦନୀ ଦିଗାଳ ଏବଂ ବହୁ ନାତି ନାତୁଣି ଜଇଁ ମାନେ ଉପସ୍ଥତ ଥିଲେ I ତାଙ୍କର ଶେଷକୃତ୍ୟ ଖ୍ରୀଷ୍ଟିୟାନ ନିୟମ ଅନୁସାରେ କନ୍ଧମାଳ ଡାୟୋସିର ବିଷପ ରେଭ ବିଜୟ କୁମାର ନାୟକଙ୍କ ଦ୍ବାରା ସମାଧି ଦିଆଯାଇଥିଲା।

Related news

Skip to toolbar