କନ୍ଧମାଳ ସନ୍ତାନ

Breaking News

କାର ସହ ୧୦୪କେଜି ଗଞ୍ଜେଇ ଜବତ: ୨ ଗିରଫ

କନ୍ଧମାଳ ସାନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ପୁଲିସ ୧୦୪କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି I
ଘଟଣା ଅନୁସାରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ବାଲିଗୁଡ଼ା ମନୋଜ ପୁଜାହାରି ରାୟଗଡ଼ା ପଟୁ ଏକ ଗଞ୍ଜେଇ ଭର୍ତ୍ତି କାର ଆସୁ ଥିବାର କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ I ଖବର ପାଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଙ୍ଗେ ସଙ୍ଗେ ତୁମୁଡ଼ିବନ୍ଧ ଥାନାଧିକାରୀଙ୍କୁ ଜଣେଇ ଥିଲେ I ଥାନାଧିକାରୀଙ୍କ ନିର୍ଦ୍ଧେଶରେ କାଳିଶିପଦର୍ ଛକରେ ଏସଆଇ ଜୟନ୍ତ ସେଠୀ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲେ I ଯାଞ୍ଚ ସମୟରେ ଗୋଟିଏ କାରରେ ୧୦୪ କେଜି ଗଞ୍ଜେଇ ଥିବାର ଦେଖି ଗାଡ଼ିକୁ ଜବତ କରିବା ସହ ୨ ଜଣକୁ ଗିରଫ କରିଥିଲେ I ଗିରଫ ୨ ଜଣ ଅଜୟ ସିଂ, ବୟସ ୨୦ ବର୍ଷ ଓ ନଜୀମ ସାହା ବୟସ ୨୧ ବର୍ଷ I ଗିରଫ ଗଞ୍ଜେଇ ମାଫିଆଙ୍କ ଘର ନିୟୁ ଦିଲ୍ଲୀ ଠାରେ ହୋଇ ଥିବା ପୁଲୁସ ସୂଚନା ଦେଇଛି I ପୁଲିସ ଏ ନେଇ ଗିରଫ ଦୁଇ ଜଣଙ୍କ ବିରୋଧରେ ୨୪/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି I ଜବତ କାର ନମ୍ବର ନକଲି ହୋଇ ଥିବା ମାମଲାର ତଦନ୍ତକାରୀ ଅଫିସର ତୁମୁଡିବନ୍ଧ ଥାନାଧିକାରୀ ବାବା ଶଙ୍କ ସରାଫ ସୂଚନା ଦେଇଛନ୍ତି I

Related news

Skip to toolbar