କନ୍ଧମାଳ ସନ୍ତାନ

Breaking News

ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବୀରେ କୋଟଗଡ଼ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା ପକାଇଲେ ଅଶାକର୍ମୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ I ସୂଚନା ପ୍ରକାରେ ୨୦୧୬ ନଭେମ୍ବର ମାସଠାରୁ ୨୦୧୭ ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ I ଏନେଇ ତିନି ,ତିନି ଥର କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଡିଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସଫଳ ମିଳିନାହିଁ I ଗତ ଦୁଇ ଦିନ ତଳେ ସମୂହ ଆଶାକର୍ମୀମାନେ କୋଟଗଡ଼ରେ ପହଞ୍ଚି ମେଡିକାଲ ଇନଚାର୍ଜ ଡ଼ଃ. ଦେବନାଥ ଦେ ଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେବା ସହ ତିନି ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ କୋଟଗଡ଼ ଡାକ୍ତରଖାନା ମୁଖ୍ୟ ଫାଟକରେ ବୁଧବାର ଦିନ ତାଲା ପକାଇ ଧାରଣାରେ ବସିବେ ବୋଲି ଜଣାଇଥିଲେ I ଦାବୀ ପୂରଣ ନହେବାରୁ ଆଜି ସମୂହ ଆଶାକର୍ମୀ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ଥିଲେ । ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିବାକୁ ,ଚେତାବନୀ ଦେଇଛନ୍ତି ଆଶାକର୍ମୀ ସଂଘ I ସେପଟେ ଆନ୍ଦୋଳନର ଦୀର୍ଘ ସମୟ ପରେ ଖବରପାଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଆଶାକର୍ମୀ ମାନଙ୍କୁ ବୁଝାସୁଝା କରିବା ସହ ୧ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଆଶାକର୍ମୀମାନେ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି I

Related news

Skip to toolbar