କନ୍ଧମାଳ ସନ୍ତାନ

Breaking News

୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନ ଦିବସ ପାଳିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନ ଦିବସ ପାଳନ କରାଯାଇଛି I ଏହି ଉତ୍ସାଵରେ ୧୨୭ ବାଟାଲିୟନର ସିଆରପିଏଫର କମାଣ୍ଡାଣ୍ଟ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ମୁଖ୍ୟ ଅତିଥିଙ୍କ ସୂଚନା ଅନୁସାରେ ୧୨୭ ବାଟାଲିୟନ ସିଆରପିଫ ୦୧/୮/୧୯୯୧ ମସିହାରେ ଦୀମାପୁର( ନାଗାଲାଣ୍ଡରେ ) ଠାରେ ସ୍ଥାପିତ ହୋଇଥିଲା I ପ୍ରଥମ ପ୍ରଶିକ୍ଷଣ ହେଲା ପରେ ବାଟାଲିୟନ ଦେଶର ସବୁ ସମ୍ବେଦନଶିଳ ଅଞ୍ଚଳରେ ସ୍ଥାପନ କରାଗଲା I ମୁଖ୍ୟ ଅତିଥି ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଯବାନମାନଙ୍କୁ ସମ୍ବର୍ଦ୍ଧନା କରି ଥିଲେ I ଯବାନ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ସ୍ଥାପନା ଦିବସର ଶୁଭକାମନା ଜଣାଇ ଥିଲେ । ଏହି ଅବସରରେ ବାଟାଲୀୟନରେ ବିଭିନ୍ନ ପ୍ରତିଯୋଗୀ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବା ସହ ଅତିଥି ମାନଙ୍କ ପାଇଁ ଭୋଜନ ଆୟୋଜନ କରାଯାଇଥିଲା I ଏହି ଦିବସକୁ ଆନନ୍ଦର ସହିତ ୧୨୭ ବାଟାଲିୟନର ଯବାନମାନେ ପାଳନ କରିଥିଲେ ।

Related news

Skip to toolbar