କନ୍ଧମାଳ ସନ୍ତାନ

Breaking News

ବିଭିନ୍ନଦାବିକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଘେରାଉ… ୧୫ ଦିନ ଭିତରେ ଦାବୀ ପୁରାଣ ନ ହେଲେ ଆନ୍ଦୋଳନ- ସିନାମା ପ୍ରଧାନ(ନାରୀ ନେତ୍ରୀ), ସରକାରୀ ନିର୍ଦ୍ଧେଶକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ନିର୍ବାହୀ ଅଧିକାରୀ: ଉଦେଶନ ପ୍ରଧାନ (ବିଜେପି ନଗର ସଭାପତି)

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହାକି ଅତି ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସହର I ଯାହାକୁ କି ଐତିହାସୀକ ସହର କହିଲେ ଅତ୍ୟାକ୍ତି ହେବ ନାହିଁ I କିନ୍ତୁ ଏହି ପୂରାତନ ସହର ବାସିଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି I ଅନ୍ୟ ପକ୍ଷରେ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବାସୀନ୍ଧାଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରୁଛନ୍ତି I କିନ୍ତୁ ନିଯୁକ୍ତି ପାଇ ଥିବା ନିର୍ବାହୀ ଅଧିକାରୀ ଜଣକ ଅଧିକାଂଶ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁ ଥିବା ଯୋଗୁଁ ଜନସାଧ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି ନଗର ସଭାପତି ଉଦେଶନ ପ୍ରଧାନ ଅଭିଯୋଗ କରିବା ସହ ଏ ଦିଗର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I
ଆଜି ପାନିୟ ଜଳ ସମସ୍ୟା, ଅଧିକାଂଶ ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହି ଅଧିକାରୀଙ୍କ ଅନୁପସ୍ଥିତି, ପରିମଳ ବ୍ୟବସ୍ଥାରେ ହେଉ ଥିବା ଅବ୍ୟବସ୍ଥାକୁ ନେଇ ବିଜେପି ନଗର ସଭାପତି ଉଦେଶନ ପ୍ରଧାନଙ୍କ ନେତୃତ୍ୱରେ ୧୧ ୱାର୍ଡର ମହିଳାମାନେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି I ଗ୍ରୀଷ୍ମପ୍ରବାହ ଆରମ୍ଭ ନ ହେଉଣୁ ହାତିବାଲି, ଜଡାଙ୍ଗ ବାଲି ସମେତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖା ଦେଇଛି I ଜନସାଧରଣ ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଡହଳ ବିକଳ ହେଲେଣି I ହେଲେ କାର୍ଯ୍ୟର ନିର୍ବାହି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ନ ରହିବାର କାରଣ କଣ ବୋଲି ଶ୍ରୀକ୍ଷେତ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରଶ୍ନ କରିଛନ୍ତି I ବର୍ତ୍ତମାନ କାର୍ଯ୍ୟନିର୍ବାହୀ ଅଧିକରିଙ୍କ ଅନୁପସ୍ଥିତକୁ ନେଇ ଅଞ୍ଚଳରେ ଆଶାନ୍ତି ପ୍ରକାଶ ପାଇଛି I ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ କରାଯାଉ ନାହିଁ I ଏହା ସହ ନିର୍ବାହି ଅଧିକାରୀ ଅଧିକାଂଶ ଦିନ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି I ଯାହା ପାଇଁ ଅଞ୍ଚଳ ବାସୀ ବିଭିନ୍ନ ପ୍ରକାର ପ୍ରମାଣ ପତ୍ର, ପାନୀୟ ଜଳ ସମସ୍ୟା, ଡ୍ରେନେଜ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ କାର୍ଯ୍ୟାଳୟକୁ ଗୁହାରି କରିବାକୁ ଆସିଲେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିବା ଯୋଗୁ ଖାଲି ହାତରେ ଫେରୁ ଥିବା ବଜେପି ସଭାପତି ଉଦେଶନ ପ୍ରଧାନ ଅଭିଯୋଗ କରିଛନ୍ତି I ନିଯୁକ୍ତି ପାଇ ଥିବା ନିର୍ବାହୀ ଅଧିକାରୀ ସିଧାସଳଖ ସରକାରଙ୍କ ନିର୍ଦ୍ଧେଶକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ବୋଲି ବିଜେପି ନଗର ସଭାପତି ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ଜଡାଙ୍ଗ ବାଲି, ହାତିବାଲି ଗ୍ରାମର ମହିଳାମାନେ ପାନୀୟ ଜଳ ସମେତ ଅନ୍ୟାନ୍ୟ ସମସ୍ୟାକୁ ନେଇ ସାହାଯ୍ୟ ପାଇବା ପାଇଁ ବହୁତ ମାସ ହେବ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦ୍ୱାରସ୍ଥ ହୋଇ ଆସୁଛନ୍ତି I କିନ୍ତୁ ନିର୍ବାହି ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ନିରାଶ ହୋଇ ଫେରୁ ଥିବା ନାରୀ ନେତ୍ରୀ ସିନାମା ପ୍ରଧାନ ପ୍ରକାଶ କରିଛନ୍ତି I ଆଜି ନିର୍ବାହି ଅଧିକାରୀ ସଂଜୀବ କୁମାର ମହାପାତ୍ର ଥିବା ଯୋଗୁଁ ସକାଳ ୧୧ ଘଂଟିକା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ବିଜେପି ନଗର ସଭାପତି ଏବଂ ମହିଳାମାନେ ସାକ୍ଷାତ କରି ଗୁହାରି ଶୁଣାଇ ଛନ୍ତି I ଅଭିଯୋଗ ଦାଖଲ କରିବା ପାଇଁ ଆସି ଥିବା ବିଜେପି ନଗର ସଭାପତିଙ୍କ ସମେତ ୧୧ ୱାର୍ଡର ଶ୍ରୀକ୍ଷେତ୍ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବରିଷ୍ଠ ନାଗରିକ ଟାଣ ଖରାରେ ଦୀର୍ଘ ସମୟ ଧରି ନିର୍ବାହି ଅଧିକାରିଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରିଥିଲେ I ନିର୍ବାହି ଅଧିକାରୀ ବହୁ ବିଳମ୍ବରେ ଅଭିଯୋଗ ପତ୍ର ଗ୍ରହଣ କରିବାକୁ କାର୍ଯ୍ୟାଳୟକୁ ଆସି ଥିଲେ I ଏହି ସମୟରେ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ବର୍ତ୍ତମାନ ପାନୀୟ ଜଳ ଯୋଗାଣ ପିଏଚଡି ବୁଝୁ ଥିବା ବେଳେ ଅଲୋକି କରଣ ବ୍ୟବସ୍ଥା ଅନ୍ୟ ଏକ ଘରୋଇ ସଂସ୍ଥା ତଦାରଖ କରୁଛନ୍ତି I ବିଜ୍ଞାପିତ ଅଞ୍ଚଳ ପରିଷଦ କେବଳ ଟିକସ ସଂଗ୍ରହ କରିବାର ଦାୟିତ୍ୱରେ ଅଛି ବୋଲି କହି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହି ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଆନ୍ଦୋଳ କରୁ ଥିବା ମହିଳାଙ୍କୁ ଭୁଆଁ ବୁଲାଇ ବାକୁ ଚେଷ୍ଟା କରି ଥିଲେ I କିନ୍ତୁ ବିଜେପି ସଭାପତି ଏବଂ ମହିଳା ଗୋଷ୍ଠୀ ଜିଦରେ ଅଟଳ ରହି ଥିଲେ I ଯଦି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ୧୫ ଦିନ ଭିତରେ ପଦକ୍ଷେପ ଗ୍ରହଣ କରାନ ଯାଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନାରିନେତ୍ରୀ ସିନାମା ପ୍ରଧାନ ସୂଚନା ଦେଇଛନ୍ତି I ପ୍ରଶାସନ ଜନସାଧରଣ ଙ୍କ ଦାବୀ ପୁରାଣ କରିବା ପାଇଁ ତତ୍ପର ନ ହୁଅନ୍ତୁ ତାହା ହେଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଆନ୍ଦୋଳନ କରାଯିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ହୋଇ ଥିବା ସରକାରୀ ଅନୁଦାନର ହରିଲୁଟ ଘଟଣାକୁ ଲୋକଲୋଚନକୁ ଅଣାଯିବ ବୋଲି ଶ୍ରୀକ୍ଷେତ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ବିଜେପି ନଗର ସଭାପତି ଉଦେଶନ ପ୍ରଧାନ, ଜସିତ ପ୍ରଧାନ ସମେତ ଶ୍ରୀକ୍ଷେତ୍ର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ସିନାମା ପ୍ରଧାନ, ମିନାକ୍ଷୀ ପ୍ରଧାନ, ବାଳକୃଷ୍ଣ ପ୍ରଧାନ, ବୌଦେହୀ ପ୍ରଧାନ, କୁନ୍ତୀମା ପ୍ରଧାନ, ସ୍ବର୍ଣ୍ଣାଲତା ପ୍ରଧାନ, ଝିଲିମା ପ୍ରଧାନ, ଅଶ୍ୱନୀ ପ୍ରଧାନ ଏବଂ ଝରଣା ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି I

Related news

Skip to toolbar