କନ୍ଧମାଳ ସନ୍ତାନ

Breaking News

ସିଆରପିଏଫ ଯବାନଙ୍କ ଦ୍ୱାରା ଜନସାଧାରଣଙ୍କୁ ସୋଲାର ଲ୍ୟାମ୍ପ ଏବଂ ଷ୍ଟ୍ରେଟ୍ ଲାଇଟ ବିତରଣ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ରେବିଙ୍ଗିଆ ଗ୍ରାମପାୟତରେ କେନ୍ଦ୍ରସରକାରଙ୍କ ଗୃହ ମନ୍ତ୍ରଳୟ ସିଆରପିଏଫ ଆଇଜି ବିଜୟ କୁମାରଙ୍କ ନିର୍ଦ୍ଧେଶନୁ କ୍ରମେ ପୁଲିସ ଉପ-ନିର୍ଦ୍ଦେଶକ ଡିଆଇଜି ରେଞ୍ଜ ସମ୍ବଲପୁର ଓ ରାୟଗଡ଼ା ଉପସ୍ଥିତରେ ୧୨୭ ବାଟାଲିୟନର କମାଣ୍ଡଣ୍ଟ ଆନୋଝା ଏବଂ ଦୂତୀୟ କମାଣ୍ଡଣ୍ଟ ଶୁକବର ସିଂହ ଦୁରା ବାଲିଗୁଡା ଥାନା ଅନ୍ତର୍ଗତ ଗାବଙ୍ଗପର, ରେବିଙ୍ଗିଆ, ବୁଡ଼ାଗୁଡା, ଦୁଲିକିଆ, ପକାରୀ ସାହି, ଦିଗିପଡି, ସାକାର୍ପଡ଼ି, ପଦାସାହି ଗାଁ ଗ୍ରାମବାସୀଙ୍କ ମଧ୍ୟରେ ସୋଲାର ଲୋଣ୍ଟନ, ଷ୍ଟ୍ରୀଟ ଲାଇଟ ବଣ୍ଟନ କରାଯାଇଥିଲା I ଏହି ଅଂଚଳର ପିଲାମାନଙ୍କ ପାଇଁ ଖେଳ ସାମଗ୍ରୀ, ପୁଟବଲ, ଭଳିବଲ, କ୍ୟାରମ ବୋର୍ଡ଼, ବାଲ୍ଟି, ଇତ୍ୟାଦି ସାମଗ୍ରୀ ବଣ୍ଟନ କରା ଯାଇଛି I ଉପସ୍ଥିତ ମୁଖ୍ୟ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯିବ ସହ ସନମାନ୍ୱିତ କରାଯାଇଥିଲା I ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦନୀ ମଲ୍ଲିକ, ରେବିଙ୍ଗିଆ ସରପଞ୍ଚ ରାଞ୍ଜୁଲତା ମଳିକ, ବାରଖାମା ସରପଞ୍ଚ କୁନାଲ ପ୍ରଧାନ, ଏଲଏସଏମ ଅନୁଷ୍ଠାନର ସମ୍ପାଦକ ଵିକ୍ରମ ଦିଗାଲଙ୍କ ଉପସ୍ଥିତି ଥିଲେ I ଏହି ଅବସରରେ ଏଲଏସଏମ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା House of Love Orphanage ର କୁନି କୁନି ପିଲାମାନେ ନିଜର କଳା ପ୍ରତିଭା ଦେଖାଇ ଉପସ୍ଥିତ ସମସ୍ତଙ୍କୁ ମନମୁଗ୍ଧ କରିଥିଲେ। ଏହା ଦେଖି ଅତିଥି ଓ ଉପସ୍ଥିତ ଭଦ୍ର ମଣ୍ଡଳୀ LSM ଅନୁଷ୍ଠାନକୁ ପ୍ରଶଂସା କରିଥିଲେ I

Related news

Skip to toolbar