କନ୍ଧମାଳ ସନ୍ତାନ

Breaking News

ବାଲିଗୁଡା ବ୍ଲକରେ ଶିଶୁ ସୁରକ୍ଷା କମିଟିର ସଭ୍ୟ/ସଭ୍ୟାଙ୍କ ବୈଠକ ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବାଲିଗୁଡା ଠାରେ ଆଜି ଶିଶୁ ସୁରକ୍ଷା କମିଟିର ସଭ୍ୟ/ସଭ୍ୟାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରମାଦ କୁମାର ମଲ୍ଲିକ, ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ସିଡିପିଓ, ଡିସିପିଓ କନ୍ଧମାଳ ରସ୍ମିତା କରଣ, ବନବାସୀ ଅନୁଷ୍ଠାନର ଉପସମ୍ପାଦକ ରବୀନ୍ଦ୍ର ପଣ୍ଡା, ଏଲଏସଏମର ସମ୍ପାଦକ ଵିକ୍ରମ ଦିଗାଲ ଓ ବ୍ଲକର ଭିବିନ୍ନ କର୍ମଚାରୀ ଏବଂ ବାଲିଗୁଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଏହି ବୈଠକ ଉପସ୍ଥିତ ଥିଲେ I ସିଡ଼ିପିଓ ସଭାଟିକୁ ପଚାଳନା କରିଥିଲେ ଏବଂ ସମସ୍ତଙ୍କୁ ସ୍ୱାଗତ କରିଥିଲେ I କନ୍ଧମାଳର ଡିସିପିଓ ରାସ୍ମିତା କରଣ ବାଲ୍ୟ ବିବାହ ରୋକିବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭୁଝାଇ ଥିଲେ I ଏହା ସହି କନ୍ଧମାଳ ଜିଲ୍ଲାରେ ୧୫ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁ ଥିବା ପିଲାଙ୍କୁ ଯୋଗାଇ ଦିଆ ଯାଉ ଥିବା ସୁବିଧା ସମ୍ପର୍କରେ ପ୍ରକାଶ କରିଥିଲେ I ଏହା ସହ ପ୍ରତ୍ୟେକ ପିଲାକୁ ମାସିକ ୨୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଉ ଥିବା କଥା ପ୍ରକାଶ କରିଥିଲେ I ସମସ୍ତ ପିଲାମାନେ ଯେପରି ତାଙ୍କରି ମୌଳିକ ଅଧିକାରକୁ ବଞ୍ଚିତ ନ ହେବେ ସେଥିପାଇଁ ସରପଞ୍ଚ ମାନକୁ ଅନୁରୋଧ ରଖିଥିଲେ। ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଥିଲେ ଯେ ବାଲ୍ୟ ଵିଵାହ ବନ୍ଦ ହେବାର ଦରକାର ଅଛି, ପିଲାମାନେ ଯେପରି ତାଙ୍କରି ମୌଳିକ ଅଧିକାରୁ ବଞ୍ଚିତ ନ ହୁଅନ୍ତି ଏଥିପାଇଁ ଆମେ ସମସ୍ତେ ଜାଗ୍ରତ ହେବା ଆବଶ୍ୟକ I ବନବାସୀ ଅନୁଷ୍ଠାନର ଉପ-ସମ୍ପାଦକ ରବୀନ୍ଦ୍ର ପଣ୍ଡା ୨୦୩୦ ସୁଧା କନ୍ଧମାଳ ଜିଲ୍ଲାରେ ସଂପୂର୍ଣ୍ଣ ବାଲ୍ୟ ଭିବାହ ମୁକ୍ତ ହେବା କଥା ପ୍ରକାଶ କରିଥିଲେ ।

Related news

Skip to toolbar