କନ୍ଧମାଳ ସନ୍ତାନ

Breaking News

ରେବିଙ୍ଗିଆ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ରେବିଙ୍ଗିଆ ଜଙ୍ଗଲରୁ ଆଜି ନର କଙ୍କାଳ ଉଦ୍ଧାର କରାଯାଇଛି I ଉକ୍ତ ବ୍ୟକ୍ତି ଫେବୃଆରୀ ୨୩ ନିଖୋଜ ହେଇଥିଲେ I ପରିବାର ଲୋକ ଖୋଜା ଖୋଜି କଲା ପରେ ଥାନାରେ ଅଭିଯୋଗ କରିଥିଲେ I ଆଜି କିଛି ମହିଳା ମହୁଲ ଫୁଲ ଗୋଟେଇବା ପାଇଁ ପାହାଡକୁ ଯାଇଥିବା ବେଳେ ପାହାଡରେ ଦୁର୍ଗନ୍ଧ ହେବା ସହ ମାଛି ଭୋଂଭୋଂ ହେବାର ଦେଖିବାକୁ ପାଇ ଥିଲେ I ମହିଳାମାନେ ସଂଗେ ସଂଗେ ଗ୍ରାମକୁ ଯାଇ ଲୋକମାନଙ୍କୁ ଜଣେଇଥିଲେ I ଗ୍ରାମର ଜନସାଧରଣ ବାଲିଗୁଡ଼ା ପୁଲିସକୁ ଜଣାଇ ଥିଲେ I ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ଏବଂ ଡଗସ୍କ୍ୱାଡ ପହଞ୍ଚି କଙ୍କାଳ ଉଦ୍ଧାର କରି ଥିଲା I ମୃତ ବ୍ୟକ୍ତି ପିନ୍ଧିଥିବା ଡ୍ରେସ୍ ଏବଂ ଟାବାଲ ଦେଖି ପରିବାର ଲୋକ ଚିହ୍ନି ପାରି ଥିଲେ I ଏହାକୁ ନେଇ ବାଲିଗୁଡ଼ା ପୁଲିସ ଯାଞ୍ଚ ଆରମ୍ଭ କରିଛି I ହତ୍ୟା ପରେ ହାତ ଗୋଡ଼ ବାନ୍ଧି ମାଟି ତଳେ ପୋତି ଥିବା ପୁଲିସ ଅନୁମାନ କରିଛି I ପୁଲିସ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧନୀ କୁକୁର ସହାୟତାରେ ବୁଡ଼ାଗୁଡ଼ା ଜଙ୍ଗଲରେ ଛାନଭିନ୍ କରିଛି l ବାଲିଗୁଡା ଏସଡିପିଓ ଓ ଏଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାଟି ତଳୁ ମୃତ ଦେହ ଉଦ୍ଧାର କରା ଯିବା ସହ ଫୋରେନସିକ ଲ୍ୟାବକୁ ପଠା ଯାଇଛି I

Related news

Skip to toolbar