କନ୍ଧମାଳ ସନ୍ତାନ

Breaking News

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ୭ ବର୍ଷର ନାବାଳିକା, ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇଲେ ନାବାଳିକାଙ୍କ ପିତାମାତା….

କନ୍ଧମାଳ ସାନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଳିଗୁଡ଼ା ଠାରେ ଥିବା ଖଡ୍ଗ ନଦୀରେ ବୁଡ଼ି ଯାଉଥିବା ୭ ବର୍ଷର ଝିଅକୁ ଦେବଦୂତ ସାଜି ମୃତ୍ୟୁ ମୁଖରୁ ପୁରୁଣା ସାହି ଗ୍ରାମର ଜଣେ ବ୍ୟକ୍ତି ଉଦ୍ଧାର କରିଛନ୍ତି I ବର୍ତ୍ତମାନ ଝିଅ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି I
ଘଟଣା ଅନୁସାରେ ସାରଙ୍ଗଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ଗ୍ରାମର ୭ ବର୍ଷର ଝିଅ ଲୋବ୍ଲି ବେହେରା ପରିବାର ସହ ବାଲିଗୁଡ଼ା ସ୍ଥିତ ମହାସିଂ ଗ୍ରାମପଞ୍ଚାୟତର ପୁରୁଣା ସାହି ସ୍ଥିତ ବନ୍ଧୁ ଘରକୁ ଯାଇ ଥିଲେ I ପରିବାର ଲୋକ ଭୋଜନ କରିବା ସମୟରେ ନାବାଳିକା ଜଣକ ଅନ୍ୟ ପିଲାଙ୍କ ସହ ବୁଲିବାକୁ ଯାଇ ଖଡ୍ଗ ନଦୀରେ ପଡ଼ି ଯାଇଥିଲେ I ନଦୀ ପାଣିରେ ଝିଅ ବୁଡ଼ି ଉବୁଡୁବୁ ହେଉଥିବାର ଦେଖି ଗ୍ରାମର ଜଣେ ବ୍ୟକ୍ତି ନବାଳିକାଙ୍କୁ ତୁରନ୍ତ ପାଣିରୁ ଉଦ୍ଧାର କରି ଗ୍ରାମର ଅନ୍ୟ ଜଣଙ୍କୁ ଡାକି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ I ଗ୍ରାମର ଦୁଇ ବ୍ୟକ୍ତି ପ୍ରମୋଦ କୁମାର ବେହେରା ଏବଂ ମଧୁସୂଦନ ବେହେରା ମାନବିକତା ଦେଖେଇ ନାବାଳିକାଙ୍କୁ ନିଜର ମଟର ସାଇକେଲ ଯୋଗେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଗୁଡ଼ାକୁ ଗୁରୁତ୍ୱର ଅବସ୍ଥାରେ ପହଞ୍ଚେଇଥିଲେ I ହେଲେ ଭଗବାନଙ୍କ ଭରଷାରେ ଝିଅର ସ୍ୱାସ୍ଥ୍ୟ ବସ୍ଥାରେ ଭଲ ହୋଇ ଥିଲା I ଏହି ପରି ମହାନତାକୁ ନାବାଳିକାଙ୍କ ପିତାମାତା ପ୍ରମୋଦ ବେହେରା ଏବଂ ମଧୁସୂଦନ ବେହେରାଙ୍କୁ ସାଧୁବାଦ ବାଦ ଜଣେଇଛନ୍ତି I

Related news

Skip to toolbar