କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ାରେ ଭାଜପାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଖଡଗ ନଦୀ କୂଳରେ ବାଲିଗୁଡ଼ା ନଗର ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ଏସସି ମୋର୍ଚ୍ଚା ଉପସଭାପତି ରାମବିଶି ଦିଗଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପାତ୍ର, ଜିଲ୍ଲା ଉପସଭାନେତ୍ରୀ ସୁଷମା ସାହୁ, ନଗର ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ନଗର ଉପସଭାପତି ମନୋଜ କୁମାର ରଥ, ନାରାୟଣ ଦଳପତି, ନଗର ଯୁବମୋର୍ଚା ସଭାପତି ସୁଭାଶିଷ ମିଶ୍ର, ନଗର ଯୁବମୋର୍ଚା ସାଧାରଣ ସମ୍ପାଦକ ଆଶିଷ ସାହୁ, ନାରୀ ଯୁବନେତ୍ରୀ କୁସୁମ ପ୍ରଧାନ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କ ରେ ଅବଗତ କରିଥିଲେ I ବାଲିଗୁଡ଼ା ନଗର ସମେତ ନିର୍ବାଚନ ମଣ୍ଡଳୀରେ ବୁଥ ସ୍ତରରୁ ଭାରତୀୟ ଜନତା ପାର୍ଟିରେ ଲୋକଙ୍କୁ ଯୋଡ଼ି ମଜବୁତ୍ କରିବା ପାଇଁ କର୍ମୀମାନେ ଶପଥ ନେଇଥିଲେ I ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚନ ଓ ପୌରପାଳିକା ନିର୍ବାଚନ ରେ ଭାଜପା ଅଧିକ ସଂଖ୍ୟକ ସିଟ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଥିଲେ I

Related news

Skip to toolbar