କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ପୁଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ପୁଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ସାମ୍ବାଦିକ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି I ଜିଲ୍ଲାରେ କେହି ରକ୍ତ ଅଭାବରୁ ନମରୁ ଏଥିପାଇଁ ଆମର ଏହି ପ୍ରୟାସ I ପୁଲିସ୍ ସବୁବେଳେ ସମସ୍ତଙ୍କ ସାଥିରେ ଅଛି ଆଉ ରହିବ ବୋଲି ବାଲିଗୁଡ଼ା ଥାନାଧିକାରୀ ପ୍ରକାଶ କରିଛନ୍ତି I ଲୋକଙ୍କୁ ସାହାଯ୍ୟ କରିବା ସହ ଅଞ୍ଚଳବାସୀଙ୍କ ବିଶ୍ଵାସଭାଜନ ହେବା ଆମ ପୁଲିସ୍ ସମିତିର ମୁଳ ଲକ୍ଷ ବୋଲି କହିଛନ୍ତି ଡିଏସପି I

Related news

Skip to toolbar