କନ୍ଧମାଳ ସନ୍ତାନ

Breaking News

୧୦୩କେଜି ଗଞ୍ଜେଇ ଜବତ, ଜଣେ ଗିରଫ…..

କନ୍ଧମାଳ ସନ୍ତାନ(ବ୍ୟୁର): ୧୦୩.୫କେଜି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ପୁଲିସ ଜଣେ ଗଞ୍ଜେଇ ଚୋରା ବେପାରୀକୁ ଗିରଫ କରିଛି I ସୂଚନା ନୁସାରେ ବାଲିଗୁଡା ପୁଲିସ ଏସଆଇ ରଚିତା ମାଡକାମି ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିଲେ I ଏହି ସମୟରେ ମୋହନଗିରି ଅଂଚଳର ବାସୀନ୍ଧା ବାଲିଗୁଡା ସୁନାପଙ୍ଗାରେ ରହିଆସୁଥିବା ଵପିତ ମାଝୀ କୁ ୧୦୩.୫କେଜି ଗଞ୍ଜେଇ ସହ ସିନ୍ଦିରୀଗାଁ ନିକଟରେ ଗିରଫ କରିଥିଲେ I ଅନ୍ୟ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଵାରେ ସଫଳ ହୋଇଛି I ବାଲିଗୁଡ଼ା ପୁଲିସ ଗଞ୍ଜେଇ ଚୋରାଚାଲାଣକାରୀ ବିରୁଦ୍ଧରେ ୪୭/୨୦୨୧ରେ ଏକ ମାମଲା କରି କୋର୍ଟ ଚାଲାଣ କରି ଘଟଣାର ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି I

Related news

Skip to toolbar