କନ୍ଧମାଳ ସନ୍ତାନ

Breaking News

ମହାଶିବ ରାତ୍ରୀରେ ଜ଼ିଲ୍ଲା ପ୍ରଶାସନର କଟକଣାକୁ ନେଇ କନ୍ଧମାଳ ବିଜେପିର ବିରୋଧ, ଉପ ଜ଼ିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲେ କର୍ମକର୍ତ୍ତା…

କନ୍ଧମାଳ ସନ୍ତାନ(ବ୍ୟୁର): ମହାମାରୀ କରୋନାକୁ ନେଇ ଜ଼ିଲ୍ଲାପ୍ରଶାସନ ନିର୍ଦେଶନାମା ଜାରି କରିଛନ୍ତି ଯେ ମନ୍ଦିର ଗୁଡିକ ଜନ ସମାଗମ ହେବନି କିମ୍ବା କୌଣସି ଦୀପ ପ୍ରଜ୍ଜଳନ ହେବନାହିଁ I ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଏହି ପର୍ବରେ ସ୍ୱଳ୍ପ ସଂଖ୍ୟକ ଭକ୍ତ ଦେବାଳୟକୁ ଯାଇ ଦର୍ଶନ କରିପାରିବେ I କୌଣସି ପ୍ରକାର ଯାନୀ ଯାତ୍ରା ହୋଇପାରିବ ନାହିଁ I ଏହାକୁ ତୀବ୍ର ବିରୋଧ କରିଛି କନ୍ଧମାଳ ବିଜେପି l ବିଜେପିର ଏକ ପ୍ରତିନିଧି ଦଳ ବାଲିଗୁଡା ଉପ ଜ଼ିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛି l ଭାରତୀୟ ଜନତା ଦଳର ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ କହିବା କଥା ଯେ ଗତ ମାର୍ଚ୍ଚ ୫ ତାରିଖ ଦିନ ଜ଼ିଲ୍ଲା ପ୍ରଶାସନ ହଜାର ହଜାର ଲୋକଙ୍କୁ ନେଇ ପଂଚାୟତ ରାଜଦିବସ ପାଳନ କରିଛି I ମାର୍ଚ୍ଚ ୮ ତାରିଖ ଦିନ ପ୍ରଶାସନ ଓ ଶାସକ ବିଜୁ ଜନତା ଦଳ ହଜାର ହଜାର ଜନ ସମାଗମ କରି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି I କିନ୍ତୁ ମାର୍ଚ୍ଚ ୧୧ ତାରିଖ ମହା ଶିବରାତ୍ରିକୁ କାହିଁକି ବାରଣ କରିଛନ୍ତି ସରକାର I ଯାହା ଲକ୍ଷ ଲକ୍ଷ ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି କୁଠାର ଘାତ କରିଛନ୍ତି ସରକାର I ଏହା ପୁନଃ ବିଚାର କରି ମନ୍ଦିର ଖୋଲିବା ସହ ଯାତ୍ରା ପାଳନ ପାଇଁ ଅନୁମତି ଦେବାକୁ ଦୃଢ ଦାବୀ କରିଛି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଦଳ l

Related news

Skip to toolbar