କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲାରେ ଆନ୍ତର ଜାତୀୟ ମହିଳା ଦିବସ ପାଳିତ….

କନ୍ଧମାଳ ସନ୍ତାନ (ବ୍ୟୁର): ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଜନତା ଦଳ ଏବଂ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି I ବାଲିଗୁଡା ବିଜୁ ପଟ୍ଟନାୟକ ମିନିଷ୍ଟାଡିଅମ ଠାରେ ମହିଳା ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରା ଯାଇଥିଲା I କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକ ତଥା କୋଟଗଡ଼ ତୁମୁଡିବନ୍ଧ ବାଲିଗୁଡା କେ.ନୂଆଗାଁ ବ୍ଲକର ପାଖାପାଖି ପାଞ୍ଚ ହଜାରରୁ ଉର୍ଦ୍ଧ ମହିଳା ଏହି ସଭାରେ ଯୋଗଦେଇ ଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ବାଲିଗୁଡା ବିଜୁ ମହିଳା ଜନତା ଦଳ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଚକ୍ରମଣି କଂହର ଯୋଗ ଦେବା ସହ ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ଏବଂ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଲୋକନାଥ ପାଢ଼ୀ ତଥା ସମସ୍ତ ବ୍ଲକର ଅଧକ୍ଷ, ସମିତସଭ୍ୟ, ସରପଞ୍ଚ, ମହିଳା ବିଜୁଜନତା ଦଳର କର୍ମୀ ଯୋଗଦେଇ ମାଁ ମାନଙ୍କୁ କିଭଳି ସନମାନ ମିଳିବ ସେ ନେଇ ଆଲୋଚନା କରିଥିଲେ Iu ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାଁ ମାନଙ୍କ ପାଇଁ ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ମହିଳା ଆଜି ବେଶ ଆଗକୁ ବଢ଼ି ପାରିଛି ବୋଲି ଉପସ୍ଥିତ କର୍ମକର୍ତ୍ତା ମତବ୍ୟକ୍ତ କରି ଥିଲେ I ସେହି ପରି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ମହିଳା ଦିବସ ପାଳିତ ହୋଇଛି I କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ମହିଳାଙ୍କ ଅଧିକାର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା I

Related news

Skip to toolbar