କନ୍ଧମାଳ ସନ୍ତାନ

Breaking News

ଜଳୁଛି ଜଙ୍ଗଲ, ବିପଦରେ ଜନସାଧରଣ ଏବଂ ପ୍ରାକୃତିକ ସମ୍ପଦ ହେଲେ ଦୋଷ ଠେଲାଠେଲି ହେଉଛନ୍ତି ଦୁଇ ବନାଞ୍ଚଳର ଅଧିକାରୀ….

କନ୍ଧମାଳ ସନ୍ତାନ(ବ୍ୟୁର): ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତି ଏବେ ବେଶ ଚଳଚଞ୍ଚଳ ହୋଇ ପଡିଛି I ସେଥିରୁ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ବନାଞ୍ଚଳ ମଧ୍ୟ ବାଦ ପଡିନାହିଁ l କିଛି ଦିନ ପୂର୍ବରୁ ତୁମୁଡିବନ୍ଧ ବନାଞ୍ଚଳ ବିଭାଗର ଗୁଦଗୁଦା ଜଙ୍ଗଲରେ ନିଆଁ ଲାଗିବା ପରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହୋଇଥିଲା I ଖବର ପ୍ରଶାରଣ ପରେ ମଧ୍ୟ ତୁମୁଡିବନ୍ଧ ବନ ବିଭାଗ ଉପରେ କୌଣସି ଭାବରେ ପ୍ରଭାବ ପକାଇ ନ ଥିବା ଅଂଚଳରେ ମତ ପ୍ରକାଶ ପାଇଛି I ସ୍ଥାନୀୟ ରେଞ୍ଜରଙ୍କୁ ଗଣମାଧ୍ୟମ ପ୍ରତିନିଧି ଘଟଣା ସମ୍ପର୍କରେ ପଚାରିବା ପରେ ଏହି ଜଙ୍ଗଲ ତାଙ୍କ ବନ ବିଭାଗରେ ଆସୁନି ବେଲଘର ବନାଞ୍ଚଳ ବିଭାଗରେ ଯାଉଛି ବୋଲି କହିଥିଲେ I ଅନ୍ୟ ପକ୍ଷରେ ବେଲଘର ରେଞ୍ଜର ସେହି ବନାଞ୍ଚଳ ତୁମୁଡିବନ୍ଧ ବନାଞ୍ଚଳ ଅଧୀନରେ ଥିବା ପ୍ରକାଶ କରିଛନ୍ତି I ଏହି ଦୁଇ ରେଞ୍ଜର ଅଧିକାରୀ ପରସ୍ପର ମଧ୍ୟରେ ଦୋଷ ଠେଲା ଠେଲି ହୋଇ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି l ଆଜି ସକାଳ ପ୍ରାୟ ୬ ଘଂଟିକା ସମୟରେ ତୁମୁଡିବନ୍ଧ ସ୍ଥିତ ପତ୍ରପଡି ଗ୍ରାମ ପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା I ତୁମୁଡିବନ୍ଧ ବନ ବିଭାଗ ରେଞ୍ଜରକୁ ଗଣମାଧ୍ୟମ ପ୍ରତିନିଧି ଘଟଣା ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇ ଥିଲେ I ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ରିସିଭ କରିବା ପରେ ବନାଧିକାରୀ ଜଣକ ମୁଁ ସିର୍ଲାରେ ଅଛି କହି ବାହାନା କରିଥିଲେ I ଶେଷରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟୋତ କରିଥିଲା I ସେହି ଜଙ୍ଗଲ ପାଖରେ ଉଦ୍ୟାନ ବିଭାଗର କାର୍ଯ୍ୟଳୟ ଏବଂ ଜନବସତି ଅଛି I ବନାଧିକାରୀକାରୀଙ୍କ ଅଣଦେଖା ସଧାରଣ ଜନତା,ପ୍ରାକୃତିକ ସମ୍ପଦ ଏବଂ ଉଦ୍ୟାନ କାର୍ଯ୍ୟାଳୟ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି I

Related news

Skip to toolbar