କନ୍ଧମାଳ ସନ୍ତାନ

Breaking News

ଦୁର୍ବୁତ୍ତଙ୍କ ଡକାୟତ ଉଦ୍ୟମ ପଣ୍ଡ, ପୁଲିସ ସିଆରପିଏଫ ପୋଷାକ ବ୍ୟବହାର କରି ବଡ଼ ଡକାୟତ ପାଇଁ କରୁ ଥିଲେ ଯୋଜନା….

କନ୍ଧମାଳ ସନ୍ତାନ(ବ୍ୟୁର): ଗତକାଲି ମଧ୍ୟ ରାତ୍ରୀ ରେ ବାଲିଗୁଡା ପୁଲିସକୁ ମିଳିଛି ବଡ଼ ସଫଳତା I ଡକାୟତମାନେ ସୁରକ୍ଷା କର୍ମୀ ପୋଷାକ ପିନ୍ଧି ବଡ଼ ଡକାୟତ ପାଇଁ ଯୋଜନା କରୁଥିବା ବେଳେ ୨ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି I ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରୀରେ ସିନ୍ଦିରୀଗାଁ ନିକଟ ଖଡ୍ଗ ନଦୀ ପୋଲରେ ୫ରୁ ଉର୍ଦ୍ଧ୍ବ ଡକାୟତ ବସି ଡକାୟତି ପାଇଁ ଯୋଜନା କରୁ ଥିଲେ I ଏହି ସମୟରେ ବାଲିଗୁଡା ଥାନା ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ନିଜ ଟିମ ସହ ପେଟ୍ରୋଲିଙ୍ଗ କରୁ ଥିବା ବେଳେ ସାମନା ସମାନି ହୋଇ ଥିଲେ I ଏହି ସମୟରେ କଟକର ୨ ସାନ୍ଦିଗ୍ଧଙ୍କୁ କାବୁ କରିବାରେ ସଫଳ ହୋଇ ଥିଲା ପୁଲିସ I ଘଟଣା ସ୍ଥଳରୁ ୩ରୁ ଉର୍ଦ୍ଧ ଡକାୟତ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି I ପୁଲିସ ସେମାନଙ୍କ ଠାରୁ ମାରୁତି ସ୍ୱିପ୍ଟ ଡିଜାର କାର, ଖେଳଣା ବନ୍ଧୁ, ଲୁହା ବାଡ଼ି, ପୁଲିସ ପୋଷାକ ଜବତ କରିଛି I ଏ ନେଇ ବାଲିଗୁଡ଼ା ଥାନା ପୁଲିସ ୪୬/୨୦୨୧ରେ ଏକମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି I

Related news

Skip to toolbar