କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ଠାରେ ବିଜୁବାବୁଙ୍କ ୧୦୫ତମ ଜନ୍ମଜୟନ୍ତୀ ପାଳିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ସମାରୋହରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇଥିଲେ I ଏହା ସହ ବାଲିଗୁଡ଼ା ପୂର୍ବତନ ବିଧାୟକ ରାଜୀବ ପାତ୍ର, ରାଜ୍ୟ ପରିଷଦ ସଭ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ନନ୍ଦିନୀ ମଲିକ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ତୁମୁଡ଼ିବନ୍ଧ ବିଧାୟକ ପ୍ରତିନିଧି ଶ୍ୟାମସୁନ୍ଦର ବଡ଼ ସେଠ୍, କୋଟଗଡ଼ ବ୍ଲକ ଅଧକ୍ଷା ସାବିତ୍ରୀ ମଲିକ, କ.ନୂଆଗାଁ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବାଲିଗୁଡ଼ା ଯୁବ ନଗର ସଭାପତି ସୁଜିତ୍ କୁମାର ପାଳ, ପ୍ରମୁଖ ଯୋଗଦେଇଥିଲେ I ବୈଠକରେ ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ଗ୍ରାମ ପଞ୍ଚାୟତ, ବାଲିଗୁଡ଼ା ଏନ.ଏ.ସିର ବହୁ ଯୁବକର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦେଇଥିଲେ I ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନ ଉପରେ ଉପସ୍ଥିତ କର୍ମୀ ବକ୍ତବ୍ୟ ରଖି ଥିଲେ I

Related news

Skip to toolbar