କନ୍ଧମାଳ ସନ୍ତାନ

Breaking News

ବିଦେଶୀ ମଦ ସହ ଅଟୋ ଜବତ, ୩ ଜଣ ଗିରଫ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲି ଥିଲା I ଏହି ସମୟରେ ବାରଖମା ରାସ୍ତାରେ OD-12-9425ନଂ ଅଟୋକୁ ପୁଲିସ ଯାଞ୍ଚ କରିଥିଲା I ଯାଞ୍ଚ ବେଳେ ପୁଲିସ ଅଟୋରୁ ୧୯୨ ବୋତଲ ବିଅର ଓ ନିପ୍ ଜବତ କରିଥିଲା I ଯାହାର ପରିମାଣ 49.500 ଲିଟର ବୋଲି ପୁଲିସ ସୂଚନା ଦେଇଛି I ଏହି ବିଦେଶୀ ମଦ ବାଲିଗୁଡ଼ାରୁ ବାରଖମା ଯାଉଥିଲା I ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଟୋକୁ ଯାଞ୍ଚ କରିଥିଲା I ଅଟୋରୁ ପୁଲିସ ବିଦେଶୀ ମଦ ସହ ୩ ଜଣଙ୍କୁ ମଧ୍ୟ ଗିରଫ କରିଥିଲା l ପୁଲିସ ଏ ନେଇ ଜୁନାଗାଁର ପୀତବାସ ସାହୁ, ବାରଖମାର ପଙ୍କଜ ନାୟକ, କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନାମରେ 43/21 ନମ୍ବରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି I

Related news

Skip to toolbar