କନ୍ଧମାଳ ସନ୍ତାନ

Breaking News

ମାଦାଗୁଡା ଠାରେ ସିଆରପିଏଫ ଯବାନମାନଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ..

କନ୍ଧମାଳ ସନ୍ତାନ(ବ୍ୟୁର): କୋଟଗଡ ବ୍ଲକର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡା ଗ୍ରାମର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ଆନନ୍ଦ ଝା କୋମାଣ୍ଡେଣ୍ଟ ୧୨୭ ବାଟାଲିୟନ, ଶ୍ରୀ ମଉଳି ମୋହନ କୁମାର ସେକେଣ୍ଡ କୋମାଣ୍ଡେଣ୍ଟ ୧୨୭ ବାଟାଲିୟନ,
ଶ୍ରୀ ସୋମଜୀତ ଭକ୍ତ ଏସିସିଟାଣ୍ଟ କୋମାଣ୍ଡେଣ୍ଟ ୧୨୮ ବାଟାଲିୟନ, ଡ଼କ୍ଟର ମୟୁର ସିଂ ୧୨୭ ବାଟାଲିୟନ, ଦ୍ରୋଣାଚାର୍ଯ୍ୟ ଜେଠି ପ୍ରଧାନ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଦାଉଦ ମାଝୀ ଏସିସିଟାଣ୍ଟ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ମାଦାଗୁଡା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଇଷ୍ଟରୀ ମଲ୍ଲିକ ଏବଂ ନାଇବ ସରପଞ୍ଚ ଶ୍ରୀ ଜି୍ରିମିୟ ସୁନାମାଝି ଉପସ୍ଥିତ ଥିଲେ I ସର୍ବ ପ୍ରଥମେ ମୁଖ୍ୟ ଅତିଥି ଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ୱାଗତ ନୃତ୍ୟ ମଧ୍ୟ କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା I ନାଇବ ସରପଞ୍ଚ ଶ୍ରୀ ଜି୍ରିମିୟ ସୁନାମାଝି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶୋଭାକୁ ଆଗକୁ ନେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା l ଯବାନ ମାନଙ୍କ କହିବା ଅନୁଯାଇ କେତେକ ଅଂଚଳରେ ସିଆରପିଏଫ ଯବାନମାନଙ୍କୁ ଦେଖିଲେ ମହିଳାମାନେ ଭୟ କରୁଛନ୍ତି ଏବଂ ଦୌଡ଼ି ପଳାଉଛନ୍ତି ତାର କାରଣ ହେଉଛି ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ I ଆଜିକାର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳ ବାସିଙ୍କୁ ବୁଖାଇ ଥିଲେ I ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ l ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାତା, ପେନ, ପେନସିଲ, ରବର ଏବଂ ଚକୋଲାଟେ ବଣ୍ଟନ କରିଥିଲେ I ପରିଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ଶ୍ରୀ ଜିରିମିୟ ସୁନାମାଝି କାର୍ଯ୍ୟକ୍ରମକୁ ଶେଷ କରିଥିଲେ I

Related news

Skip to toolbar