କନ୍ଧମାଳ ସନ୍ତାନ

Breaking News

ଦୁଇ କାର ମୁହାଁମୁହିଁ, ୫ ଗୁରୁତର ଆହତ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଅ ବ୍ଲକର ସତସଙ୍ଘ ବିହାର ଠାରେ ଅପରାହ୍ନ ପାଖାପାଖି ୪.୩୦ ମିନିଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣା ଓଡି-୦୨ଏଏସ-୨୭୬୩ ଇଣ୍ଡିଗୋ କାର ଏବଂ ଓଆର-୧୫ପି-୪୯୩୬ ଅଲ୍ଟୋ କାର ମଧ୍ୟରେ ଘଟିଛି I ଇଣ୍ଡିଗୋ କାର ରାଇକିଅ ଠାରୁ ଘୁ.ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ଅଲ୍ଟୋ କାର ଘୁ.ଉଦୟଗିରି ଠାରୁ ଦାରିଙ୍ଗବାଡି ଅଭିମୁଖେ ଯାଉ ଥିଲେ I ଏହି ସମୟରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇଥିଲେ I ଉକ୍ତ ଦୁର୍ଘଟଣାରେ ଘୁ.ଉଦୟଗିରି ବ୍ଲକର ରଞ୍ଜିତ ପ୍ରଧାନ, ଗଜପତି ପ୍ରଧାନ, ଶାସିକାନ୍ତ ପ୍ରଧାନ, ବିଷ୍ଣୁ ପ୍ରଧାନ ଏବଂ ଅଇବନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ନେଇ ଥିଲେ I ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଆହତଙ୍କୁ ଚିକିତ୍ସାରେ ଅବହେଳା ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି I ଯାହାପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା I

Related news

Skip to toolbar