କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ର ସାମ୍ବାଦିକ ମାନଙ୍କୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ନେଚର ରିଟ୍ରେଟ ପରିସରରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇ ଜିଲ୍ଲା ସ୍ତରରେ ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଏକତା ରହିଲେ ସରକାରଙ୍କ ଉପରେ ଚାପ ବଢିବା ସଙ୍ଗେ ସଙ୍ଗେ ନିଜ ହକ ପାଇବାରେ ସୁଯୋଗ ସୃଷ୍ଟି ହୋଇପାରିବ I ଏଣୁ ପ୍ରତ୍ୟେକ ଜିଲ୍ଲା ବୁଲି ଏପରି ସାଂଗଠାନିକ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ଶ୍ରୀକର କହିଛନ୍ତି I ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଯୋଗା ଦେଇଥିଲେ I ବରିଷ୍ଠ ସାମ୍ବାଦିକ ମନୋରଂଜନ ରାୟ ଅତିଥିକୁ ଉତ୍ତରୀୟ ସହ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ । ବୈଠକ ପ୍ରାରମ୍ଭରେ ସ୍ବର୍ଗତ ସାମ୍ୱାଦିକ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବରିଷ୍ଠସାମ୍ୱାଦିକ ସୁବାଷ ଚନ୍ଦ୍ରମହାରଣା, ପ୍ରେମଚାନ୍ଦ ସିଂ, ତ୍ରିନାଥ ସାହୁ, ବସନ୍ତ କୁମାର ବେହେରା, ପ୍ରଶାନ୍ତ ଜେନା , ବି.ଭି ଶଙ୍କର, ହିମାଂଶୁ ବେହେରା, ମାନସ ମଲିକ, ସୁଧାଂଶୁ କହଁର, ଅଶ୍ଵିନୀ ମନ୍ତ୍ରୀ,ଦୁଃଖୀ ପ୍ରଧାନ ସମସ୍ତେ ଯୋଗ ଦେଇ ସେମାନଙ୍କ ଖବରସଂଗ୍ରହ ସମୟରେ ସମସ୍ୟା ସଂପର୍କରେ ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ I ଫୁଲବାଣୀର ବ୍ରଜ ବିହାରୀ ନନ୍ଦ, ରାକେଶ ରାଉତ, ସୁଜିତ ବେହେରା, ବଳଦେବ ବେହେରା, ଶିବ ବିଶ୍ବାଳ, ବ୍ରଜ ନାୟକ ପ୍ରମୁଖଙ୍କୁ ଉପଢୌକନ ସହ ପୁଷ୍ପ ଦେଇ ରାଜ୍ୟ ସଭାପତି ସମ୍ମାନିତ କରିଥଲେ।