କନ୍ଧମାଳ ସନ୍ତାନ

Breaking News

ବାବା ଜୀବନମୁକ୍ତା ନନ୍ଦପୁରୀଙ୍କୁ ଫୋନକଲ ଯୋଗେ ହତ୍ୟା କରିବା ପାଇଁ ଧମକ ଦେଉ ଥିବା ଅଭିଯୋଗରେ ବିଷମକଟକରୁ ବାବା ମହାଦେବ ମହାରାଜ ଗିରଫ, ମୋବାଇଲ ଜବତ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ ଜଳେଶ ପଟା କନ୍ୟାଶ୍ରମର ବାବା ଜୀବନ ମୁକ୍ତାନନ୍ଦପୁରୀଙ୍କୁ ଫୋନ କଲ ଯୋଗେ ହତ୍ୟା କରାଯିବା ନେଇ ଦିଆଯାଇ ଥିବା ଫୋନ କଲ ଧମକ ଘଟଣାର ପର୍ଦ୍ଧାଫାସ କରିଛି କନ୍ଧମାଳ ପୁଲିସ I ଏ ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ପ୍ରେସ ବିବୃତି ମାଧ୍ୟମରେ ଘଟଣାର ବିବରଣୀ ପ୍ରଦାନଛନ୍ତି I
କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ପରେ ବାବା ଜୀବନ ମୁକ୍ତନନ୍ଦପୁରୀ ଚକାପାଦ ସଂସ୍କୃତି ବିଦ୍ୟାଳୟ ଏବଂ ଜଳେଶ ପଟା କନ୍ୟାଶ୍ରମ ଦାଇତ୍ୱଭାର ଗ୍ରହଣ କରିଥିଲେ I ୨୦୧୯ ମସିହାରେ ସୁନ୍ଦରଗଡ଼ ଟାଉନ ଥାନା ଅଧିନସ୍ଥ ରଙ୍ଗଡିମା ଗ୍ରାମର ମହାଦେବ ମହାରାଜା ମଧ୍ୟ ଚକାପାଦ ଆଶ୍ରମରେ ରହୁ ଥିଲେ I ଏହି ସମୟରେ ବାବା ଜୀବନ ମୁକ୍ତାନନ୍ଦ ପୁରୀଙ୍କ ସହ ବାବା ମହାଦେବ ମହାରାଜାଙ୍କ ମତାନ୍ତର ହୋଇଥିଲା I ସେଠାରୁ ବାବା ମହାଦେବ ମହାରାଜ ଜଳେଶପଟା ଆଶ୍ରମକୁ ଆସିଥିଲେ I ଏହି ଠାରେ ମଧ୍ୟ ବାବା ମହାଦେବ ମହାରାଜଙ୍କ ବାବା ଜୀବନ ମୁକ୍ତାନନ୍ଦପୁରୀଙ୍କ ସହ ମତାନ୍ତର ହେବାରୁ ଜଳେଶପଟା ଛାଡ଼ି ରାୟଗଡ଼ା ଜିଲ୍ଲା ଚାଟିକଣାର ବିଷମକଟକକୁ ପଳାୟନ କରି ଥିଲେ I ସେଠାରେ ବାବା ମହାଦେବ ମହାରାଜ ଆଶ୍ରମ କରି ରହୁଥିଲେ I କନ୍ଧମାଳ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ସୂଚନା ମୁତାବକ ପ୍ରତିଶୋଧ ପରାୟଣ ହୋଇ ବାବା ମହାଦେବ ମହାରାଜ ଗତକାଲି ଠାରୁ ଜଲେଶପଟା ଆଶ୍ରମର ବାବା ଜୀବନ ମୁକ୍ତାନନ୍ଦପୁରୀଙ୍କୁ ଫୋନ କଲ ମାଧ୍ୟମରେ ବାରମ୍ବାର ହତ୍ୟା ଧମକ ଦେଉଥିଲେ I ବାବାଙ୍କୁ ହତ୍ୟା ଧମକ ଆସୁଥିବା ଫୋନକୁ ପୁଲିସ ଜବତ କରିଥିବା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷ ପ୍ରକାଶ କରିଛନ୍ତି I ଠିକ ଏହି ପରି ଭାବରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ପ୍ରଥମେ ଧମକ ଦିଆଯାଇ ଥିଲା I ତା ପରେ ଦୁର୍ବୃତ୍ତମାନେ ସ୍ୱାମୀଜୀଙ୍କୁ ହତ୍ୟା କରିଥିଲେ I ଯାହା ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ କନ୍ଧମାଳ ଜିଲ୍ଲାରେ ଅପ୍ରୀତିକର ଘଟଣା ଘଟିଥିଲା I ଗତକାଲି ବାବା ଜୀବନ ମୁକ୍ତାନନ୍ଦପୁରୀଙ୍କ ଦ୍ୱାରା ତୁମୁଡିବନ୍ଧ ଥାନାରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ଥିଲେ ଏବଂ ଧମକକାରୀଙ୍କୁ ଠାବ କରିବା ପାଇଁ ମିସନ ଆରମ୍ଭ କରିଥିଲେ I ଫୋନ କଲକୁ ଟ୍ରାକ କରି ତୁମୁଡିବନ୍ଧ ପୁଲିସ ବିଷମ କଟକରେ ରହୁ ଥିବା ବାବା ମହାଦେବ ମହାରାଜାଙ୍କ ପାଖକୁ ପହଞ୍ଚୀ ଥିଲା ଏବଂ ଗିରଫ କରିଥିଲା I ଏହି ଘଟଣା ପରେ ଜଲେଶପଟା କନ୍ୟାଶ୍ରମର ସୁରକ୍ଷା ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି I ଏହି ଘଟଣାର ଆସାମୀକୁ କାବୁ କରିବାରେ କନ୍ଧମାଳ ପୁଲିସକୁ ସଫଳତା ମଧ୍ୟ ମିଳିଛି I କନ୍ଧମାଳ ପୁଲିସର ଏହି ସଫଳତାକୁ ଜିଲ୍ଲାବାସୀ ବେଶ ପ୍ରସଂଶା ମଧ୍ୟ କରିଛନ୍ତି I

Related news

Skip to toolbar