କନ୍ଧମାଳ ସନ୍ତାନ

Breaking News

ଅବ୍ୟବସ୍ଥା ଘେରରେ ବାଲିଗୁଡାର ସ୍ମଶାନ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନଏସିରେ ଥିବା ସ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି l ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହିର ୱାର୍ଡ ନମ୍ବର ୫ ଓ ୬ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧହେବ ଜରାଶ୍ରମ ନିକଟରେ ଥିବା ସ୍ମଶାନ ଉପରେ ନିର୍ଭରଶିଳ I ହେଲେ ବର୍ତ୍ତମାନ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ମଶାନର ଉନ୍ନତି କରଣ କରାଯାଇନାହିଁ I ଏହା ସହ ମଶାଣି ଜମି ଚିହ୍ନଟ ମଧ୍ୟ କରାଯାଇନାହିଁ l ଖରା ବର୍ଷା ଶୀତ ଦିନେ ଲୋକେ ଶବ ଅନ୍ତିମସଂସ୍କାର କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି I ପ୍ରଶାସନ ପକ୍ଷରୁ ସେଠାରେ ଆଲୁଅ ଶବଗୃହ କିମ୍ବା ପାଣି ବ୍ୟବସ୍ଥା ଆଦୌନାହିଁ l ଶ୍ମଶାନ ଜମି ଚିହ୍ନଟ ହୋଇନଥିବାରୁ ଏହାର ସୁଯୋଗରେ କିଛି ଲୋକ ଜମିକୁ ବେଆଇନ ଦଖଲ କରିଥିବା ଦେଖିବାକୁ ମିଳିଛି l କ୍ରମଶଃ ସ୍ମଶାନ ଜମି ହ୍ରାସ ପାଉଛି କିନ୍ତୁ ଏନଏସି କର୍ତ୍ତୃପକ୍ଷ କିମ୍ବା ରାଜସ୍ୱ ବିଭାଗ କୌଣସି ପଦକ୍ଷେପ ନେଇନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଏନେଇ ଗ୍ରାମବାସୀ ପୂର୍ବରୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଉପ ଜ଼ିଲ୍ଲାପାଳଙ୍କୁ ଅବଗତ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନି l ବାଲିଗୁଡା ଏନଏସି ଗଠନପରେ ସ୍ଥାନୀୟ ବାସିନ୍ଦା ସ୍ମଶାନ ଜମି ଚିହ୍ନଟ ଏବଂ ଉନ୍ନତି କରଣହେବ ବୋଲି ଆଶା ବାନ୍ଧିଥିଲେ I କିନ୍ତୁ ପାଞ୍ଚବର୍ଷ ସରିଗଲା ମଣିଷ ଜୀବନର ଶେଷ ସମ୍ମାନ ପାଉଥିବା ସ୍ମଶାନ ପ୍ରତି ଦୃଷ୍ଟିଦେଇ ନ ଥିବାରୁ ନୁଆସାହି ବାସୀଙ୍କୁ ବ୍ୟଥିତ କରିଛି l ତୁରନ୍ତ ଜ଼ିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ସହ ଅତିଶୀଘ୍ର ସ୍ମଶାନ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ପାଚେରୀ, ଆଲୋକ,ପାଣି ଓ ଶବ ବିଶ୍ରାମ ଗୃହ ନିର୍ମାଣ ପାଇଁ ୱାର୍ଡବାସୀ ଦାବୀ କରିଛନ୍ତି l

Related news

Skip to toolbar