କନ୍ଧମାଳ ସନ୍ତାନ

Breaking News

ତେନ୍ତୁଳି ଗୋଟାଇବାକୁ ଘରକୁ ଡାକିନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଜଣେ ଗିରଫ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଂଚାୟତ ନିକଟସ୍ଥ ଗୁରୁମାହା ଗ୍ରାମରେ ଏକ ଅଭାବନୀୟ ଘଟଣା I ଅଚୁତ ପ୍ରଧାନ(୩୦) ନାମକ ଜଣେ ଯୁବକ ଜଣେ ୧୦ ବର୍ଷୀୟ ଜଣେ ନାବାଳିକାଙ୍କୁ ତେନ୍ତୁଳି ଗୋଟାଇବାର ବାହାନା ଦେଖାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା କ.ନୂଆଗାଁ ଥାନାରେ ଅଭିଯୋଗ ହୋଇଛି I
ଘଟଣା ଅନୁସାରେ ଗୁରୁମାହା ଗ୍ରାମର ଜୈନକ ଯୁବକ ଜଣଙ୍କ ନିଜଗାଁର ଗୋଟିଏ ୧୦ ବର୍ଷର ନାବାଳିକାକୁ ତେନ୍ତୁଳି ଗୋଟାଇବାକୁ ନିଜ ଘରକୁ ଡାକିଥିଲା I ନାବାଳିକା ଜଣଜ ଘରକୁ ଯିବା ପରେ ଗିରଫ ଯୁବକ ଜଣକ ଶାରିରୀକ ସମ୍ୱନ୍ଧ ରଖିବାକୁ ଚେଷ୍ଟା କରି ତାକୁ ଟଣାଉଟୁର କରିଥିଲା I ଝିଅଟି ଚିତ୍କାର କରି କାନ୍ଦି କାନ୍ଦି ଘରକୁ ଦୌଡ଼ି ଯାଇ ଘରେ ବାପାମାଁଙ୍କୁ ସବୁବିଷୟ କହିଥିଲା I ନାବାଳିକାଙ୍କ ଘର ଲୋକ ସଙ୍ଗେସଙ୍ଗେ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ I ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି କ.ନୂଆଗାଁ ଥାନା ପୁଲିସ ଦଫା ୩୪୧,୩୪୨,୫୦୬,୩୨୩,୩୫୪-ଡି/୮ରେ ୧୦/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁ ଥିବା ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ତଦନ୍ତକାରୀ ଅଫିସର ଏସଆଇ ପି.ସି. ପ୍ରଧାନ ସୂଚନା ଦଇଛନ୍ତି I

Related news

Skip to toolbar