କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଏବଂ ବାଲିଗୁଡ଼ାରେ ବନ୍ଦ ସଫଳ, ବନ୍ଦ ରହିଲା ଦୋକାନ ବଜାର ଏବଂ ଯାତାୟାତ ସେବା…

କନ୍ଧମାଳ ସନ୍ତାନ(ବ୍ୟୁର): ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି I ଏହି ବନ୍ଦ ଡାକରା କନ୍ଧମାଳ ଜିଲ୍ଲାରେ ବେଶ ପ୍ରଭାବ ପଡ଼ି ଥିବାର ଦେଖା ଦେଇଛି I ବନ୍ଦ ଡାକରାକୁ ସଫଳ କରିବା ପାଇଁ ବାଲିଗୁଡ଼ା କଂଗ୍ରେସ ଏବଂ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସମସ୍ତ ଦୋକାନ ବଜାର ଏବଂ ଯାତାୟାତ ସେବା ବନ୍ଦ କରାଯାଇ ଥିଲା I ଯାହା ପାଇଁ ଘୁ.ଉଦୟଗିରି ଓ ବାଲିଗୁଡ଼ା ସହର ଆଜି ଖାଁ ଖାଁ ହୋଇ ଥିଲା I କଂଗ୍ରେସ କର୍ମୀମାନେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ପିକେଟିଂ ମଧ୍ୟ କରିଥିଲେ I ବାଲିଗୁଡା ଷ୍ଟେଟ ବେଙ୍କ ଛକ ଠାରୁ କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମୀ ଯୋଗ ଦେଇ ଗାଡି ଅଟକେଇ ସଚେତନତା କରେଇବା ସହ ବାହାଘର ଗାଡ଼ି ଆମ୍ବୁଲାନ୍ସ ଛଡ଼ା ଅନ୍ୟ ଯେ କୌଣସି ଗାଡ଼ି ଛାଡୁନ ଥିଲେ I ପେଟ୍ରୋଲ ଦାମ ଶହେ କୁ ଟପିଯିବାରୁ ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ମୋଦି ମୁରଦାବାଦ ନାରା ଦେଇ ସହର ପରିକ୍ରମା କରି ଥିଲେ କଂଗ୍ରେସ କର୍ମୀ I

Related news

Skip to toolbar