କନ୍ଧମାଳ ସନ୍ତାନ

Breaking News

ନିଆଁରେ ଜଳି ଯୁବକଙ୍କ ମୃତ୍ୟୁ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଲିଙ୍ଗାଗାଡ ଗ୍ରାମରରେ ଗୁରବାର ସନ୍ଧ୍ୟା ପାଖାପାଖି ୭.୩୦ମି ସମୟରେ ନିଆଁରେ ପୋଡ଼ି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I ଯୁବକ ଜଣକ ହେଲେ ଅଶୋକ ଦଳବେହେରା(୨୫) I
ପ୍ରାପ୍ତ ସୂଚନା ଅନୁସାରେ ଅଶୋକ ଦଳବେହେରା ଭଉଣୀଙ୍କ ସହ ନିଜ ଘରେ ରହୁ ଥିଲେ I ଗୁରୁବାର ସନ୍ଧ୍ୟା ସମୟରେ ଭଉଣୀ ବାରିପଟେ ରୋଷେଇ କରୁ ଥିଲେ I ଏତିକି ବେଳେ ଯୁବକ ଜଣକ ହଠାତ ଘରର ସାମନା ଏବଂ ବାରିପଟ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଥିଲେ I ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା I କବାଟ ଭିତର ପଟୁ ବନ୍ଦ ହୋଇ ଥିବାରୁ ମୃତ ଦେହ ବାହାର କରିବା କଷ୍ଟ ସାଧ୍ୟ ଥିଲା I ଖବର ପାଇ ଘୁ.ଉଦୟଗିରି ଦମକଳ ବାହିନୀ, ଆମ୍ବୁଲାନ୍ସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ତାଢ଼ି ଘର ଭିତରେ ପସି ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରିଥିଲା I ଏନେଇ ଘୁ.ଉଦୟଗିରି ପୁଲିସ ୨/୨୦୨୨ରେ ଏକ ଅପମୃଟ ମାମଲା ରୁଜୁ ଜାରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି I ଯୁବକ ଜଣକ ବହୁତ ଦିନ ହେବ ରଗଗ୍ରସ୍ଥ ଥିଲା I ଏଥିରେ ମାନସିକ ଚାପ ଗ୍ରସ୍ଥ ହୋଇ ଆତ୍ମ ହତ୍ୟା କରି ଥିବା ପୁଲିସ ଅନୁମାନ କରୁ ଥିବା ତଦନ୍ତକାରୀ ଅଫିସର ବିଭୁତି ଭୂଷଣ ମୁଦୁଲି ସୂଚନା ଦେଇଛି I ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଖବର ପାଇ ଘୁ.ଉଦୟଗିରି ଦମକଳ ବାହିନୀ ଲିଙ୍ଗାଗଡ଼ ଯିବା ସମୟରେ ଘୁ.ଉଦୟଗିରି ସ୍ଥିତ ଏଟିଏମ ସମବାରେ ହଠାତ ଷ୍ଟାର୍ଟ ବନ୍ଦ ହୋଇ ରହିଥିଲା I ଯାହା ପାଇଁ ଦମକଳ ବାହିନୀ ବିଳମ୍ବରେ ପହଁଚି ଥିବା ପ୍ରତାକ୍ଷ ଦର୍ଶୀ ସୂଚନା ଦେଇଛନ୍ତି I ତେଣୁ ଘୁ.ଉଦୟଗିରି ଦମକଳ ବାହିନୀର ଗାଡ଼ି ମରମତି କରିବା ସହ କାର୍ଯ୍ୟଳୟର ଯୋଗାଯୋଗ ନମ୍ବର ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I ଘୁ.ଉଦୟଗିରି ଦମକଳ ବାହିନୀର ଯୋଗାଯୋଗ ନମ୍ବର ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଅନେକ ଦିନ ହେବ ଦାବୀ ହେଉ ଥିଲେ ସୁଦ୍ଧା ଘୁ.ଉଦୟଗିରିରେ କାର୍ଯ୍ୟରତ ଉଚ୍ଚପଦସ୍ଥ କର୍ମଚାରୀ ଜନସାଧାରଣଙ୍କ ଦାବୀ ପ୍ରତି ଗୁରୁତ୍ୱ ଦେଉନ ଥିବା ସାଧାରଣରେ ମତପ୍ରକାଶ ପାଇଛି I

Related news

Skip to toolbar