କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ….

କନ୍ଧମାଳ ସନ୍ତାନ(ବ୍ୟୁର): ରବିବାର ଫିରିଙ୍ଗିଆ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା I ସଂଘ ସଭାପତି ତଥା ବରୀଷ୍ଠ ସାମ୍ବାଦିକ ଡ.ଅରୁପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ବରୀଷ୍ଠ ସାମ୍ବାଦିକ ତଥା ସଂପାଦକ ସୁନୀଲ ପଟନାୟକ ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ କୁମାର ଡିଗଲ, ଅଜିତ ମହାରଣା, ଅଶୋକ ପରୀଡ଼ା ବାଲିଗୁଡାର ସାମ୍ବାଦିକ ପ୍ରକାଶ ନାୟକ, ପ୍ରମୋଦ ଦଣ୍ଡସେନା, ଫିରିଙ୍ଗିଆର ମହାଦେବ ସାହୁ, ରାଇକିଆର ସାମ୍ବାଦିକ ଅଭିମନ୍ୟୁ ପଣ୍ଡା, କିଶୋର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ସତ୍ୟ ସମ୍ବାଦ ପ୍ରକାଶ କରି ଅସାମାଜିକ ବ୍ୟକ୍ତି, ରାଜନୈତିକ ନେତା ଓ କର୍ମୀମାନଙ୍କ ଆକ୍ରମଣର ଶୀକାର ହେଉଛନ୍ତି। ପୁଲିସ ଓ ପ୍ରଶାସନ ପକ୍ଷରୁ ସାମ୍ବାଦିକମାନଙ୍କୁ ସୁରକ୍ଷା ଦିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ I ଯେ କୌଣସି ପରିସ୍ଥିତିରେ ମଧ୍ୟ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସଂଘର ସଂପାଦକ ସୁନୀଲ ପଟନାୟକ ଦାବୀ କରିଥିଲେ I ସତ୍ୟ ସମ୍ବାଦ ଲୋକଲୋଚନକୁ ଆଣି ଅନେକ ସମୟରେ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ସବୁ ସ୍ଥାନରେ ଆକ୍ରୋଶର ଶିକାର ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି I ଯାହା ଦ୍ଵାରା ସତ୍ୟ ଖବର ସାମନାକୁନ ଆସିଲେ ଗଣତନ୍ତ୍ର ଓ ସମାଜ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସଂପାଦକ ପଟନାୟକ କହିଥିଲେ I
ସଭାପତି ଡ.ଅରୁପ ଜେନା ମଧ୍ୟ କୌଣସି ପରିସ୍ଥିତିରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବାସହ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା , ସଂହତି ଓ ଭାତୃତ୍ଵ ଭାବ ବଜାୟ ରଖିବା ଲାଗି ଆହ୍ବାନ କରିଥିଲେ I ସାମ୍ବାଦିକମାନେ ନିଷ୍ଠା ଓ ଆନ୍ତରିକତାର ସହ ସମାଜର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ I ଏହି ସଂଘ ରାଜ୍ୟର ସର୍ବପୁରାତନ ସଂଘ ଆଉ ସଂଘ ସର୍ବଦା ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟିଦେଇ ଆସିଥିବା କହିଥିଲେ ଡ.ଜେନା ଏହି ସଂଘକୁ ଅଧିକରୁ ଅଧିକ ମଜବୁତ କରିବାପାଇଁ ଡ.ଜେନା ପରାମର୍ଶ ଦେଇଥିଲେ I କରୋନା କଟକଣା ଯୋଗୁ ବିଳମ୍ବ ହୋଇଥିବା ସଂଘର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଉତ୍ସବ ଅତି ଶିଘ୍ର ପାଳନ କରିବାଲାଗି ନିଷ୍ପତ୍ତି ହୋଇଥିଲା I ସଂଘର ସଦସ୍ୟ ପ୍ରମୋଦ କୁମାର ଦଣ୍ଡସେନା ନିଜ ବକ୍ତବ୍ୟରେ ସାମ୍ବାଦିକ କୌଣସି ରାଜନୈତିକ ଦଳର ନେତା କର୍ମୀ ଓ ସରକାରୀ ଅଫିସରଙ୍କ ଗୋଲାମ ଗିରି ନ କରି ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଗୁରୁତ୍ୱାରୋପ କରିଥିଲେ l ଆଜିର ବୈଠକରେ ଫିରିଙ୍ଗିଆ ସମେତ ବାଲିଗୁଡା, ଖଜୁରୀପଡ଼ା, ରାଇକିଆ, ଦାରିଙ୍ଗବାଡି,ଜିଭଦୟଗିରି, ଅଞ୍ଚଳର ୬୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ I ସଂଘର ସାଧାରଣ ସଂପାଦକ ଜୟସେନ ପରିଡ଼ା ବିବରଣୀ ପାଠ କରିଥିଲେ। ସଂଘରବରୀଷ୍ଠ ସଦସ୍ୟ ତଥା ସାମ୍ବାଦିକ ଅଶୋକ ରାଏ ପୂର୍ଣ୍ଣ ସହ ଯୋଗ କରିବା ସହ ବୈଠକ ଆୟୋଜନ କରିଥିଲେ I

Related news

Skip to toolbar