କନ୍ଧମାଳ ସନ୍ତାନ

Breaking News

ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି… ୧୦ ମୃତଦେହ ଉଦ୍ଧାର, ୧୬ ଶ୍ରମିକ ଜୀବନ୍ତ ଉଦ୍ଧାର

କନ୍ଧମାଳ ସନ୍ତାନ(ବ୍ୟୁର): ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ୍ ପାଣି ମାଡି ଆସିବାରୁ ୧୫୦ରୁ ଅଧିକ ଲୋକ ପାଣିରେ ଭାସିଯାଇଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ବରଫ ଅତଡା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା I ଯାହା ପାଇଁ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । ନଦୀର ଜଳସ୍ଥର ସାମାନ୍ୟ ରହିଛି ଏବଂ ଜରୁରୀ ପ୍ରଭାବିତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ହେଲେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏସଡିଆରଏଫର ଡିଆଇଜି କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି । ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି । ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି । ଉତରାଖଣ୍ଡର ଏହି ଅଘଟଣ ପରେ ପ୍ରଧାନମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି । ଯଥାସମ୍ଭବ ସହାୟତା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡେରାଡୁନରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ମୁଖ୍ୟ ସଚିବ ଓମ ପ୍ରକାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ବୈଠକ ପାଇଁ ପହଁଚିଛନ୍ତି । ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତରାଖଣ୍ଡ ଗସ୍ତରେ ଯାଇଛନ୍ତି । ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତରାଖଣ୍ଡ ଯାଇଛନ୍ତି ।
ସୂଚନା ଅନୁଯାୟୀ, ଚମୋଲୀ ଜିଲ୍ଲାର ରେଣୀ ଗ୍ରାମରେ ହିମସ୍ଖଳନ ଯୋଗୁ ଏଠାରେ ପାୱାର ପ୍ରକଳ୍ପ ଋଷି ଗଙ୍ଗାରେ ବ୍ୟାପକ କ୍ଷତି ହୋଇଛି । ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛି । ଖବର ଆସିବା ପରେ ପ୍ରଶାସନ ଆଲର୍ଟରେ ରହିଛି । ଏନଡିଆରଏଏଫ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି ।
ଏହା ମଧ୍ୟରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ କହିଛନ୍ତି ଯେ ଚମୋଲୀ ଜିଲାରେ ବିପର୍ଯ୍ୟୟ ନେଇ ସୂଚନା ମିଳିଛି । ଜିଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳକୁ ମୁକାବିଲା ପାଇଁ ର୍ନିେଶ ଦିଆଯାଇଛି । ଏହାସହ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି । ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସେ ଭରସା ଦେଇଛନ୍ତି । ଏହି ଦୁର୍ଘଟଣାକୁ ନେଇ ସରକାର ହେଲପ ଲାଇନ ନମ୍ବର ୯୫୫୭୪୪୪୪୮୬ ଏବଂ ୧୦୭୦ ଜାରି କରିଛନ୍ତି ।

Related news

Skip to toolbar