କନ୍ଧମାଳ ସନ୍ତାନ

Breaking News

ଦୀର୍ଘସ୍ଥାୟୀ ମସାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଦୀର୍ଘସ୍ଥାୟୀ ମସାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବାବେଳେ ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଯୋଗ ଦେଇ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଜନସାଧାରଣଙ୍କୁ ମ୍ୟାଲେରିଆ ରୋଗ ନିରାକରଣ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ମସାରି ବଣ୍ଟନ କରି ଥିଲେ I ଏହି କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ରାଜକିଶୋର ସାହୁ, ସନ୍ତୋଷ ପ୍ରଧାନ, ବିଭିଡିଟିଏସ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଆୟୋଜନ କରିଥିଲେ I

Related news

Skip to toolbar