କନ୍ଧମାଳ ସନ୍ତାନ

Breaking News

ସରକାରଙ୍କ ଆମ ପୁଲିସ କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ପୁଲିସ କର୍ମଚାରୀଙ୍କ ଫୁ???

କନ୍ଧମାଳ ସନ୍ତାନ(ବ୍ୟୁର) : ସରକାରଙ୍କ ଆଇନ ପ୍ରଣୟନ ପରେ ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ, ଇନ୍ସୁରାନ୍ସ ଏବଂ ଗାଡ଼ି କାଗଜ ପତ୍ର ଯାଞ୍ଚ କୁ କଡ଼ାକଡ଼ି କରାଯାଇଛି I ପ୍ରତ୍ୟକ ଦିନ ଘୁ.ଉଦୟଗିରି ପୁଲିସ ଘୁ.ଉଦୟଗିରି ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିବାର ଦେଖା ଦେଇଛି I ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସ୍ଥାନୀୟ ପୁଲିସ ଦ୍ୱାରା ଏସଆଇ କୌଶଲ୍ୟା ବେହେରାଙ୍କ ଦ୍ୱାରା ହେଲମେଟ ଯାଞ୍ଚ କରା ଯାଇଥିଲା I ଏହି ସମୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଘଟଣା ସ୍ଥଳରେ ଏଏସଆଇ ସୁବାଷ ପ୍ରଧାନ ପୁଲିସ ଫୋର୍ସ ସହ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଉତ୍ତେଜନା ଥମି ଥିଲା I

ଘଟଣା ଅନୁସାରେ ଆଜି ସନ୍ଧ୍ୟା ସମୟରେ କନାବାଗେରି ଗ୍ରାମର ସୁମିତ କୁମାର ମହାରଣା କୌଣସି ଜରୁରୀ କାଳୀନ କାମ ପାଇଁ ବିନା ହେଲମେଟରେ ବଜାର ଆସି ଥିଲେ I ଏହି ସମୟରେ ପୁଲିସ ତାଙ୍କୁ ଅଟକାଇ ଯାଞ୍ଚ କରି ପ୍ରଥମେ ଗାଡ଼ି ଚାବି ନେଇ ଥିଲେ I ଯୁବକ ଯୁବକ ଜଣକ ଫାଇନ ଦେବାକୁ ରାଜି ହୋଇ ଥିଲେ ଏବଂ ଉପସ୍ଥିତ ପୁଲିସ କର୍ମଚାରୀ ଏସଆଇ କୌଶଲ୍ୟା ବେହେରାଙ୍କୁ ଚାଲାଣ କାଟିବା ପାଇଁ କହି ଥିଲେ I ପୁଲିସ ୧୦୦୦ ଟଙ୍କାର ଫାଇନ ଚାଲାଣ ସୁମିତଙ୍କୁ ଦେଇ ଥିଲେ I କେଉଁ କେଉଁ ବାବଦକୁ ଫାଇନ କଟା ଯାଇ ଥିଲା ବୋଲି ସୁମିତ ଚାଲାଣ କାଟି ଥିବା ମହିଳା ପୁଲିସ କର୍ମଚାରିଙ୍କୁ ପଚାରି ଥିଲେ I ଏହି ସମୟରେ ପୁଲିସ ତାଙ୍କୁ ଅସଦ ବ୍ୟବହାର କରିଥିବା ସୁମିତ କୁମାର ମହାରଣା ଅଭିଯୋଗ କରିଛନ୍ତି I ଏହା ପରେ ମହିଳା ପୁଲିସ କର୍ମଚାରୀ ଏବଂ ସୁମିତ କୁମାର ମହାରଣାଙ୍କ ମଧ୍ୟରେ ବହୁତ ସମୟ ଧରି କଥା କିଟାକଟି ହୋଇ ଥିଲା I ସେହି ପରି ନୂଆସାହି ଗ୍ରାମର ଅଶୋକ ନାୟକ ନାମକ ଜଣେ ବ୍ୟକ୍ତି ଗାନ୍ଧୀ ଛକରେ ଥିବା ଔଷଧ ଦୋକାନକୁ ତାଙ୍କ ସ୍ତ୍ରୀଙ୍କ ପାଇଁ ଜରୁରୀ ଔଷଧ ଆଣିବା ସକାଶେ ବିନା ହେଲମେଟରେ ଆସି ପୁଲିସ ହାତରେ ଧରା ପଡ଼ି ଥିଲେ ଏବଂ ପୁଲିସକୁ ଛାଡ଼ି ଦେବା ପାଇଁ ଅନୁରୋଧ କରିବା ସହ ସମସ୍ତ ସରକାରୀ ଫାଇନ ପଇଠ କରିବା ପାଇଁ ରାଜି ହୋଇ ଥିଲେ I ଏହି ସମୟରେ ତାଙ୍କ ପୁଅ ଆଲଫାନ୍ସ ନାୟକ ଏବଂ ତାଙ୍କ ବଡଭାଇ ସେଠାରେ ପହଞ୍ଚି ପୁଲିସକୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ମୋବାଇଲରେ ଭିଡିଓ ଉତ୍ତଳନ କରୁଥିଲେ I ଏଥିରେ ଉତ୍ୟକ୍ତ ହୋଇ ମହିଳା ପୁଲିସ ଏସଆଇ ତାଙ୍କର ମୋବାଇଲ ଝାମ୍ପି ନେଇ ଥିବା ଅଲଫାନ୍ସ ନାୟକ ଅଭିଯୋଗ କରିଛନ୍ତି I ଯାହା ପାଇଁ ମହିଳା ପୁଲିସ ଏବଂ ଯୁବକଙ୍କ ମଧ୍ୟରେ ବହୁତ ସମୟ ଧରି କଥା କଟାକଟି ହେବା ପରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଆଜି ଘୁ. ଉଦୟଗିରି ପୁଲିସ ଦ୍ୱାରା ଅକସ୍ମାତ ଗାନ୍ଧୀ ଛକ ଠାରେ ଯାନବାହନ ଯାଞ୍ଚ କରା ଯାଇ ଥିଲା I ଆମ ପୁଲିସ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତା ଏବଂ ପୁଲିସ ମଧ୍ୟରେ ଥିବା ଦୁରତାକୁ ସମାପ୍ତ କରି ନିକଟତର କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛନ୍ତି I କିନ୍ତୁ ଘୁ.ଉଦୟଗିରି ପୁଲିସର କିଛି ପୁଲିସ କର୍ମଚାରୀ ଜନତାଙ୍କ ନିକଟତର ହେବା ପାଇଁ ଚାହୁଁ ନାହାନ୍ତି I ଯାହାକି ସରକାରୀ ପୁଲିସ-ଜନତା କାର୍ଯ୍ୟକ୍ରମକୁ ଫୁ କରୁଥିବା ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି I ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ପୁଲିସ ଏବଂ ଜନତା ମଧ୍ୟରେ ଉତ୍ତମ ବୁଝାବଣା ପାଇଁ ଦୃଷ୍ଟି ଦେବା ସକାଶେ ସାଧାରଣରେ ଦାବୀ ହୋଇଛି I

Related news

Skip to toolbar