କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଠାରେ ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତ ଉଦଘାଟିତ ହୋଇଯାଇଛି I ତୁମୁଡିବନ୍ଧ ମୁଖ୍ୟ ବଜାର ଠାରୁ ଅଦାଲତ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ନୃତ୍ୟରେ ସ୍ବାଗତଂ କରି ମୁଖ୍ୟ ଅତିଥି କେ.ଆର.ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ ଅଞ୍ଚଳ ବାସୀ I ତା ପରେ ହାଇକୋର୍ଟ ବିଚାରପତି କେ.ଆର.ମହାପାତ୍ର କରକମଳରେ ଅଦାଲତ ଗୃହକୁ ଉଦଘାଟିତ କରିଥିଲେ I ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ବିଚାରପତି ସାରଦା ପ୍ରସାଦ ନାୟକ, ବାଲିଗୁଡା ଉପଖଣ୍ଡ ବିଚାରପତି ସୁଭଦର୍ଶୀ ପଟ୍ଟନାୟକ, ତୁମୁଡିବନ୍ଧ ପ୍ରଥମ ବିଚାରପତି ସିଦ୍ଧାର୍ଥ ଶଙ୍କର ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କଂହର,ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, D.F.O ବିଶ୍ୱନାଥ ନୀଳାମ୍ବର, S.D.P.O ମନୋଜ କୁମାର ପୂଜାରୀ, ତୁମୁଡିବନ୍ଧ ଅଧକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ତୁମୁଡିବନ୍ଧ ସରପଞ୍ଚ ମୟନ୍ତୀ ପାଟ୍ଟମାଝୀ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, କ୍ରିୟାନୁଷ୍ଠାନ ସଭାପତି ନେତ୍ର ମାନସେଠ, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ତୁମୁଡିବନ୍ଧ ଆଇନଜୀବୀ ଓ ବରିଷ୍ଠ ନାଗରିକ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ I
ଉଦଘାଟନ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟ ଅତିଥି ଅଦାଲତର ଚତୃରପାର୍ଶ୍ୱ ଭ୍ରମଣ କରି ଦେଖିବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା I ପ୍ରଥମେ ହାଇକୋର୍ଟ ବିଚାରପତି ଗଛ ଲଗାଇଥିଲେ I ତୁମୁଡିବନ୍ଧବାସୀଙ୍କ ଅନେକ ଦିନ ଧରି ଅଦାଲତ ସ୍ଥାପନ ପାଇଁ ଦାବୀ କରି ଆସୁଥିଲେ I ଯେଉଁ ସ୍ବପ୍ନ ଆଜି ପୂରଣ ହୋଇଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I
ତୁମୁଡିବନ୍ଧରେ କୋର୍ଟ ନଥିବାରୁ ଆଇନର ସାହାଯ୍ୟ ପାଇବା ପାଇଁ ଅଞ୍ଚଳବାସୀଙ୍କୁ ପଚାଶ କିଲୋମିଟର ଅତିକ୍ରମ କରିବା ବାଲିଗୁଡ଼ାକୁ ଯିବାକୁ ପଡ଼ୁ ଥିଲା I ଯାହାକି ବହୁତ କଷ୍ଟସାଧ୍ୟ ହେଉଥିଲା କିନ୍ତୁ ଆଜି କୋର୍ଟ ହେବା ପରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି I