କନ୍ଧମାଳ ସନ୍ତାନ

Breaking News

ପାଣି ପାଇଁ ଡହଳ ବିକଳ ତୁମିଡ଼ିବନ୍ଧ ଗ୍ରାମପଞ୍ଚୟର ତିନି ସାହି, ଜଳ ଯୋଗାଣ ନ ହେଲେ ଦେଲେ ଆନ୍ଦୋଳନର ଚେତାବନୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ I ତୁମିଡ଼ିବନ୍ଧ ବ୍ଲକ ଅଧିନସ୍ଥ ତୁମିଡ଼ିବନ୍ଧ ଗ୍ରାମ ପଞ୍ଚାୟତର ବଡ଼ ସାହି, ମଝି ସାହି ଏବଂ ଖାରି ସାହି I ଏହି ତିନି ସାହିର ଜନସଂଖ୍ୟା ପାଖାପାଖି ଚାରି ଶହ ହେବ I ପ୍ରଶାସନ ପକ୍ଷରୁ ତିନି ସାହିର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ପାଣି ପାଇପ ବିଛା ଯାଇଛି I କିନ୍ତୁ ଏହି ପାଇପ ସାହାଯ୍ୟରେ ଦୀର୍ଘ ଦିନ ଧରି ପାଣି ଯୋଗାଣ ବନ୍ଦ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I

ଜଳ ଯୋଗାଣ ବନ୍ଦ ଥିବାରୁ ତିନି ସାହିର ଜନସାଧାରଣ ବହୁ ହଇରାଣ ହେଉ ଥିବା ମତପ୍ରକାଶ କରିଛନ୍ତି I ବର୍ତ୍ତମାନ ତିନି ସାହିର ବାସୀନ୍ଧା ନାଲନର୍ଦ୍ଧମାର ପାଣି ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା କହିଛନ୍ତି I ଆଜି ଏହି ଘଟଣାକୁ ନେଇ ତିନି ସାହିର ଜନସାଧାରଣ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ନିଜର ଗୁହାରି ଶୁଣାଇବା ପାଇଁ ଯାଇ ଥିଲେ I

ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବାରୁ ଅଞ୍ଚଳ ବାସୀ ଭିଏଲଡବ୍ଲୁ ଏବଂ ଅସସିଷ୍ଟାଣ୍ଡ ଜେଇଙ୍କୁ ସାକ୍ଷାତ କରି ପାନୀୟଜଳ ଯଥା ଶୀଘ୍ର ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି I ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଆସିଷ୍ଟାଣ୍ଡ ଜେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ଗ୍ରହଣ କରି ଥିଲେ I ତୁମୁଡିବନ୍ଧ ବ୍ଲକ ଦାୟୀତ୍ୱରେ ଥିବା କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ଦେଇ ଥିବା ବେଳେ ଆସିସଷ୍ଟାଣ୍ଡ ଜେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇ ଥିଲେ I ଯଦି ପ୍ରଶାସନ ଏହି ଜଳ ସମସ୍ୟାକୁ ସମାଧାନ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ତିନି ସାହିର ବାସୀନ୍ଧା ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି I

Related news

Skip to toolbar