କନ୍ଧମାଳ ସନ୍ତାନ

Breaking News

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ, ଉପ- ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): ଅଙ୍ଗନବାଡ଼ି କର୍ମୀ ଚୟନ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ I ଏହିଭଳି ଏକ ଘଟଣା ଘଟିଛି ବାଲିଗୁଡ଼ା ବ୍ଳକ ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ ଉସୁରୁକୁପା ଗାଁ ରେ I ଏ ନେଇ ଜାଲ୍ ଓ ଦୁର୍ନୀତି ର ଅଭିଯୋଗ ଆଣି ଉପ ଜିଲ୍ଲାପାଳ ଶ୍ରୀ ସୁଭଙ୍କର ମହାପାତ୍ରଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦେବା ପାଇଁ ଆସିଥିବା ବେଳେ ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହରିଶ୍ ଚନ୍ଦ୍ର ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳ ବାସୀ I ଉସୁରୁକୁପା ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟ କାଳ ଶେଷ ପରେ ପଦବି ଖାଲି ପଡିଥିଲା I ଏନେଇ ସମନିତ୍ବ ଶିଶୁବିକାଶ କେନ୍ଦ୍ର ଦ୍ୱାରା ନିଯୁକ୍ତି ପାଇଁ ଗତ ତା ୧୯/୧୧/୨୦ ରିଖରେ ବିଜ୍ଞାପନ ସଂଖ୍ୟା ୯୫୬ ଅନୁଯାୟୀ ବିଞାପ୍ତି ପ୍ରକାଶ ପାଇଥିଲା I ଉକ୍ତ ବିଜ୍ଞାପନ ଅନୁଯାୟୀ ୨୦/୧୧/୨୦ ରିଖ ଠାରୁ ୧୦/୧୨/୨୦ ରିଖ ମଧ୍ୟରେ ଦରଖାସ୍ତ ଆହ୍ଵାନ ପାଇଁ ଦର୍ଶା ଯାଇଥିଲା I ସେହି କେନ୍ଦ୍ର ଅଞ୍ଚଳର ସୁଜାତା ମଳିକ , ସୁମିତ୍ରା ମଳିକ , ଲଳିତା ମଳିକ ଆବେଦନ କରିଥିଲେ I କିନ୍ତୁ ଯାଞ୍ଚ ଦିନ ଅର୍ଥାତ୍ ୧୧/୧୨/୨୦ ରିଖ ଦିନ ଲଳିତା ମଳିକ ଆବଶ୍ୟକୀୟ ପ୍ରମାଣ ପତ୍ର ଦାଖଲ କରିନଥିବା ନେଇ ଏକ ନୋଟିସ ଜାରି ହୋଇଥିଲା I କିନ୍ତୁ ପରେ ଲଳିତା ମଳିକ ଚୟନ କମିଟି କୁ ପ୍ରମାଣ ପତ୍ର ଦାଖଲ କରିଥିଲେ I ଗ୍ରାମବାସୀଙ୍କ ଅଭିଯୋଗ ଯେ ସମୟ ସୀମା ମଧ୍ୟରେ ସରକାରୀ ଗାଇଡ ଲାଇନକୁ ଅଣଦେଖା କରି କିଭଳି ଭାବେ ଚୟନ କମିଟି ନିଯୁକ୍ତିରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ଦେଲା। ସରକାରୀ ନିୟମ ଅନୁସାରେ ଗାଁ ର ବୋହୂ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ ୱର୍ଡ ମେମ୍ବର ଅମିର୍ ମଳିକ, ସୁଜାତା ମଳିକ, ବିମନ୍ତି ମଳିକ, ବିରସେନ୍ ଦିଗାଲ ପ୍ରମୁଖ ଦାବି କରିଛନ୍ତି।

Related news

Skip to toolbar